ନିର୍ବାଚନୀ ହିଂସା : ପୋଲିସ ଉପରେ ପାହାର

16

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ର ମତଦାନ ସାରିଛି I କିଛି କିଛି ସ୍ଥାନରେ ନିର୍ବାଚନ ସୁରୁଖୁରୁରେ ସାରି ଯାଇଥିବାବେଳେ ଅନେକ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ମାନ ଦେଖିବାକୁ ମିଳିଛି I ବିଶେଷ କରି ଯାଜପୁର ଓ କେନ୍ଦ୍ରାପଡାରେ ରାଜନୈତିକ ହିଂସା ଉଗ୍ରରୂପ ନେଇଛି I ଯାଜପୁରରେ ବିଡିଓ ଓ ସାମ୍ବାଦିକଙ୍କୁ ଆକ୍ରମଣ କରାଯିବା ସହିତ କେନ୍ଦ୍ରାପଡାରେ ଲୋକଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ ପୁଲିସ୍ କର୍ମଚାରୀ। ପୁଲିସ୍‌ଠୁ ଲାଠି ଛଡ଼ାଇ ପୁଲିସ୍‌କୁ ପାହାର ଦେଇଛନ୍ତି ଜନତା । ସୂଚନାନୁସାରେ କେନ୍ଦ୍ରାପଡ଼ା ରାଜନଗରରେ ସର୍ବସମ୍ମୁଖରେ ପୁଲିସ୍‌କୁ ହୋଇଛି ନିସ୍ତୁକ ମାଡ଼। ରାଜନଗର ଡେରା ପଞ୍ଚାୟତର ଗୋଖଣି ଗାଁରେ ଆଜି ଚାଲିଥିଲା ମତଦାନ। ତେବେ ବୁଥ୍‌ରେ ଥିବା ଜଣେ ଏଜେଣ୍ଟକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ଏହି ଏଜେଣ୍ଟଙ୍କ ନାଁ ଭୋଟର ଲିଷ୍ଟ ନାହିଁ। ତଥାପି ସେ କେମିତି ଏଜେଣ୍ଟ ହେଲେ ତାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ହସ୍ତକ୍ଷେପ କରିଥିଲା। ଏହି ସମୟରେ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କିଛି ଲୋକ ପୁଲିସ୍‌କୁ ମାଡ଼ ମାରିଥିଲେ।
କିଛି ଲୋକ ଅଭିଯୋଗ କରିଛନ୍ତି ଯେ ପୁଲିସ୍ ଆସି ପ୍ରଥମେ ସେମାନଙ୍କୁ ପିଟିଥିଲା। ତେଣୁ ଲୋକେ ଉତ୍ତେଜିତ ହୋଇଗଲେ ଓ ପ୍ରତିବାଦରେ ସେମାନଙ୍କୁ ପିଟିଥିଲେ।

Comments are closed, but trackbacks and pingbacks are open.