ନିର୍ବାଚନୀ ହିଂସା : ସାମ୍ବାଦିକଙ୍କ ପିଠିକୁ କାମୁଡିଦେଲେ ଦୁର୍ବୃତ୍ତ

20

ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ଉପରେ ହେଉଛି ବାରମ୍ବାର ଆକ୍ରମଣ । ରାଜ୍ୟରେ ଚାଲୁଥିବା ପଂଚାୟତ ନିର୍ବାଚନ ସମୟରେ ଏହା ସ୍ପଷ୍ଟ ହୋଇଯାଇଛି I ରାଜନୈତିକ ହିଂସା ର ଉଗ୍ର ରୂପ ଧାରଣ କରୁଥିବାବେଳେ ଏଥିରୁ ବାଦ ପଡି ନ ଥିଲେ କର୍ତ୍ତବ୍ୟରତ ସାମ୍ବାଦିକ ମାନେ I ଯାଜପୁରରେ ନିର୍ବାଚନୀ ହିଂସା ସମୟରେ ଘଟି ଯାଇଥିଲା ଏହି ଭଳି ଏକ ଅଭାବନୀୟ ଦୃଶ୍ୟ । କେତେକ ଅସାମାଜିକ ବ୍ୟକ୍ତି ସାମ୍ବାଦିକ ଙ୍କୁ ଆକ୍ରମଣ ସହିତ ଗାଡି କୁ ଭଙ୍ଗା ରୁଜା କରିଥିଲେ I କାରଣ ଆକ୍ରମଣ କାରୀମାନେ ମତଦାନ ସମୟରେ ବୁଥ ଜବର ଦଖଲ ସହିତ ଭୋଟ ବାକ୍ସ କୁ ଆଣି ପାଣିରେ ଫୋପାଡ଼ି ଦେଇଥିଲେ ,ସାମ୍ବାଦିକ ଜଣକ ଏହାର ଫୋଟୋ ଉତ୍ତୋଳନ କରିବାରୁ,ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ପିଠିକୁ ଜୋରରେ କାମୁଡି ଦେଲେ ଦୁର୍ବୁର୍ତ୍ତ Iସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସାମ୍ବାଦିକ ଙ୍କୁ ଉଦ୍ଧାର କରିଥିଲା ।

Comments are closed, but trackbacks and pingbacks are open.