ଯାଜପୁର ବଡ଼ଚଣା ବ୍ଲକ ରେ ନିର୍ବାଚନୀ ହିଂସା : ବିରି ଖଳା ରେ ପୋଡିଦେଲେ

22

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ନ ହେଉଣୁ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି Iଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ବଡ ବାଲିକୁଦା ଗ୍ରାମରେ ନାରାୟଣ ବିଶ୍ବାଳ ଙ୍କ ଦେଢ଼ ଏକର ବିରି ଖଳାରେ ବିରୋଧୀ ଗୋଷ୍ଠୀର ସଦସ୍ୟ ନିଆଁ ଲଗାଇ ଦେଇଛନ୍ତି I ତେବେ ନାରାୟଣଙ୍କ ପତ୍ନୀ ଙ୍କ ବୟାନ ଅନୁସାରେ ଦୁର୍ବୁର୍ତ୍ତ ମାନେ ତାଙ୍କ ଘରେ ନିଆଁ ଲଗାଇବାକୁ ଆସିଥିଲେ ଏଥିରେ ଅସଫଳ ହେବାରୁ ନାରାୟଣଙ୍କ ବିରି ଖଳାରେ ନିଆଁ ଲଗାଇ ପଳାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । ଘଟଣା ପରେ ଅଂଚଳରେ ଚାପା ଉତେଜନା ଲାଗି ରହିଛି ।

Comments are closed, but trackbacks and pingbacks are open.