ନିର୍ବାଚନୀ ହିଂସା : ଗୁଳିମାଡରେ ପ୍ରାଣ ହରାଇଲେ ସମିତି ସଭ୍ୟାଙ୍କ ସ୍ୱାମୀ

25

ରାଜ୍ୟରେ ସମସ୍ତ ନିର୍ବାଚନ ସରି ଫଳାଫଳ ଘୋଷଣା ହେଇସାରିଛି I ଏହା ମଧ୍ୟରେ ପବିଜୟୀ ପ୍ରାର୍ଥୀ ନିଜ ନିଜ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି I କିନ୍ତୁ ଏ ଯାଏ ରାଜନୈତିକ ମହଲ ରେ ନିର୍ବାଚନୀ ହିଂସା ବନ୍ଦ ହୋଇ ନାହିଁ I ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ଏବଂ ସେମାନଙ୍କ ପରିବାର ଉପରେ ଆକ୍ରମଣ ଜାରି ରହିଛି । ସେହିଭଳି ଆଉ ଏକ ଘଟନା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣା ଗଡ଼ ଅଂଚଳ ରେ I ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବାଗଡୋର ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳିମାଡ଼ ହୋଇଛି।ଏଥିରେ ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପଲସର ବାଇକରେ ୨ ଦୁର୍ବୁତ୍ତ ଆସି ଅତି ନିକଟରୁ ସମିତି ସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ରୁକ୍ତ ଜୁଡୁବୁଡୁ ବୋଲି ଗୁରୁତର ଆହତ ହୋଇଥିବା ଲୋକନାଥଙ୍କୁ ବେଲପଡ଼ା ଡାକ୍ତରଖାନାକୁ ଚିକିତ୍ସା ପାଇଁ ତୁରନ୍ତ ନିଆଯାଇଥିଲା। ବେଲପଡ଼ା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଏଥିସହିତ ୨ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଆକ୍ରମଣର ପ୍ରକୃତ କାରଣ ,ଏ ପର୍ଯ୍ୟନ୍ତ ଜଣା ପଡି ନଥିଲେ ସୁଦ୍ଧା ରାଜନୈତିକ ହିଂସା ଏହାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.