ନିର୍ବାଚନୀ ହିଂସା : ଢେଙ୍କାନାଳ ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

20

ଆଉ ଦିନ କେଇଟା ପରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ମତଦାନ ସମୟ ପାଖେଇ ଆସୁଥିବାବେଳେ ଢେଙ୍କାନାଳରେ ଦେଖାଦେଇଛି ପ୍ରାକ ନିର୍ବାଚନୀ ହିଂସା । ଢେଙ୍କାନାଳ ଓଡାପଡା ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଭୁଜାଲୀ ରେ ମରଣାନ୍ତକ ଆକ୍ରମଣ କରି ୪ ମୁଖାଧାରୀ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି । ଏହି ଦୁର୍ବୁର୍ତ୍ତ ମାନେ ୨ଟି ବାଇକରେ ଆସି ହାଣି ପଳାଇ ଯାଇଛନ୍ତି । ଗୁରୁତର ପ୍ରାର୍ଥୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ କାହିଁକି ଏମିତି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚାଲୁ ରଖିଛି I

Comments are closed, but trackbacks and pingbacks are open.