ନିର୍ବାଚନୀ ହିଂସା :ଖଣ୍ଡପଡାରେ ଖଣ୍ଡ ଯୁଦ୍ଧ ଜଣେ ମୃତ

18

ଆସନ୍ତା କାଲି ରାଜ୍ୟରେ ପଂଚାୟତ ନିର୍ବାଚନ ର ଶେଷ ପର୍ଯ୍ୟାୟ ହେବାକୁ ଥିବାବେଳେ କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନୀ ହିଂସା ଥ ମି ନାହିଁ I ସେହିପରି ଏକ ଅଭାବନୀୟ ଘଟଣା ଘଟିଛି ଖଣ୍ଡପଡା ସ୍ଥିତ ବୋଦସା ଗାଁ ରେ Iରାଜନୈତିକ ହିଂସା ଏବଂ ବୋମା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକ ଜଣକ ନିଜ ବାଇକ ରେ ଯାଉଥିବା ସମୟରେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିଲା ଏଥିରେ ଯୁବକ ଙ୍କ ମୁଣ୍ଡ ଉଡିଯାଇଥିଲା I ମୃତକ ହେଉଛନ୍ତି ପ୍ରଶାନ୍ତ ତାରିଣୀଆ । ତେବେ ବୋମାମାଡ଼ ପରେ ଅଭିଯୁକ୍ତ ମାନେ ଫେରାର ହେଇ ଯାଇଛନ୍ତି I ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ସଂଘର୍ଷ ର ସୂତ୍ର ପାତ ହୋଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣI ପଡିଛି I ତେବେ ଆସନ୍ତା କାଲି ଖଣ୍ଡପଡା ନିର୍ବାଚନମଣ୍ଡଳୀରେ ମତଦାନ ଥିବା ବେଳେ ଆଜି ସନ୍ଧ୍ୟା ବେଳେ ବୋମାମାଡ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗାଁରେ ଉତ୍ତେଜନା ଉଗ୍ରରୂପ ନେଉଛି I

Comments are closed, but trackbacks and pingbacks are open.