ନିର୍ବାଚନୀ ହିଂସା : ୯ଜଣଙ୍କ ନାମରେ ମାମଲା ରୁଜୁ ,୨ ଗିରଫ

20

ଞ୍ଚାୟତ ନିର୍ବାଚନ ଆରମ୍ଭ ନ ହେଉଣୁ କେତେକ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖାଦେଇଛି I ଗତକାଲି ପୁରୀ ସଦର ଅଂଚଳ କାଶୀହରିପୁରରେ ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼ ହୋଇଥବାବେଳେ ,ଆଜି ବାଲେଶ୍ୱର ଜିଲ୍ଲାର ନୀଳଗିରି ନିକଟରେ ଦଳୀୟ ପ୍ରଚାରକୁ ବାରଣ କରି ଫୋନରେ ଧମକ ଦେବା ତଥା ଗାଡ଼ି ଭଙ୍ଗାରୁଜା କରାଇବା ଘଟଣା ଘଟିଛି I ଏ ସମ୍ପର୍କରେ ନୀଳଗିରି ଥାନାରେ ୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ୨ଜଣଙ୍କୁ ପୁଲିସ ଗିରଫ କରିଛି ନୀଳଗିରି ପୋଲିସ । ନୀଳଗିରି ଥାନା ଛକରେ ଭେରାଇଟି ଷ୍ଟୋର କରିଥିବା ପଦ୍ମଲୋଚନ ବେହେରା (୩୩)ଙ୍କୁ ଚିତ୍ତରଞ୍ଜନ ରାଉତ ମୋବାଇଲରେ ଅଶ୍ଳୀଳ ଗାଳିଗୁଲଜ ସହ ପ୍ରଚାର ନକରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଧମକପୂର୍ଣ୍ଣ ମନ୍ତବ୍ୟ ସମ୍ପର୍କରେ ଏକ ଅଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ସାମ୍ନା କୁ ଆସିଥିଲା । ସେପଟେ ଅନ୍ୟ କିଛି ଦୁର୍ବୁର୍ତ୍ତ ପଦ୍ମଲୋଚନ ର ଦୋକାନ ଭଙ୍ଗାରୁଜା କରିବା ସହ ଗାଡ଼ି କାଚଭାଙ୍ଗି ଦେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ପ୍ରାକ୍‍ ନିର୍ବାଚନୀ ହିଂସାରେ ଚିତ୍ତରଞ୍ଜନଙ୍କ ସମେତ ଶରତ ବାରିକ, ବନା ଦାସ, ରାକେଶ ଖୁଣ୍ଟିଆ, ସୁଶାନ୍ତ ମହାଳିକ, ବାପୁନୁ ଖମାରୀ, ଜୀବନ ଖମାରୀ, ମୂଳ ଖମାରୀ, କିରଣ ମହାଳିକ ପ୍ରମୁଖ ମୋଟ ୯ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଚିତ୍ତରଞ୍ଜନ ଏବଂ ତାଙ୍କ ସହଯୋଗୀ ସୁଶାନ୍ତ ମହାଳିକଙ୍କୁ ଗିରଫ କରାଯାଇଥିବା ସୂଚନାଦିଆଯାଇଛି। ସେପଟେ ଦୁଇ ଦଳର ସମର୍ଥକଙ୍କ ଦ୍ୱାରା ଏହିଭଳି ପୋଡାଜଳା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ନିନ୍ଦା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି।

Leave A Reply

Your email address will not be published.