୫ ରାଜ୍ୟରେ ହେବ ନିର୍ବାଚନ :ରାଲି, ରୋଡ ଶୋ ଉପରେ ଲାଗିଲା ରୋକ୍, ପ୍ରେସମିଟ୍ ଜରିଆରେ ସୂଚନା ଦେଲେ ନିର୍ବାଚନ କମିଶନ

0 25

ଦେଶରେ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ତାରିଖ ଘୋଷଣା କରିଛନ୍ତି I ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି I ଉତ୍ତର ପ୍ରଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟ ହେବ । ସେହିପରି ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଗୋଟିଏ ତାରିଖରେ ଭୋଟ ହେବ । ଏହି ୩ ରାଜ୍ୟରେ ଫେବୃଆରୀ ୧୪ରେ ଭୋଟ ହେବ ।ଫେବ୍ରୁଆରୀ ୧୦ ତାରିଖରୁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ହେବ ଗଣତି ।ଏହିପରି ମୋଟ ୬୯୦ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଏ ସବୁ ଭିତରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କରାଯିବ । କରୋନା କାଳରେ ନିର୍ବାଚନ ଏକ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ନିର୍ବାଚନ କମିଶନ୍ I କେବଳ ଡିଜିଟାଲ ଏବଂ ଭରଚୁଆଲ ମାଧ୍ୟମରେ ନିର୍ବାଚନପ୍ରଚାର ହେବ ଏହା ସହିତ ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ଶୋ କରିପାରିବେ ନାହିଁ । କେବଳ ଭର୍ଚୁଆଲ ରାଲିକୁ ଆୟୋଗ ଅନୁମତି ଦେଇଛନ୍ତି। ପ୍ରଚାର ବେଳେ ଶୋଭାଯାତ୍ରା ଓ ପଦଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି ରାତି ୮ଟାରୁ ସକାଳ ୮ଟା ଯାଏଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରାର୍ଥୀ । ତେବେ ଜାନୁଆରୀ ୧୫ ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି I ସେହିଭଳି ୟୁପି ସମେତ ସମସ୍ତ ୫ ରାଜ୍ୟରେ ଭୋଟିଂ ସମୟ ଏକ ଘଣ୍ଟା ବଢାଇ ଦିଆଯାଇଛି
। ଏହା ବ୍ୟତୀତ ମୁଖ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ କରୋନା ନିୟମ କଡାକଡି ପାଳନ ଉପରେ ଗୁରୁତ୍ଵାରୋପ କରିଛନ୍ତି। ନିର୍ବାଚନରେ ସମସ୍ତ କର୍ମଚାରୀଙ୍କ ଦୁଇ ଡୋଜ୍ ଭ୍ୟାକ୍ସିନ ଜରୁରୀ। ଉତ୍ତରାଖଣ୍ଡ ଏବଂ ଗୋଆର ଅଧିକାଂଶ ଜନତା ଟିକାର ଦୁଇ ଡୋଜ୍ ନେଇ ସାରିଥିବା ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା କହିଛନ୍ତି।
ନିର୍ବାଚନ ଆୟୋଗ କହିଛନ୍ତି, ନିର୍ବାଚନ ସମୟରେ ବେଆଇନ ଅର୍ଥ ଏବଂ ମଦ ଉପରେ କଡା ନଜର ରଖାଯିବ। ଏହା ବ୍ୟତୀତ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରାଥୀଙ୍କୁ ଅନଲାଇନ୍ ନାମାଙ୍କନ ମଞ୍ଜୁରୀ ଦିଆଯାଇଛି। ନିର୍ବାଚନ ତାରିଖ ଘୋଷଣା ସହିତ ୫ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।
ବର୍ତ୍ତମାନ କରୋନା ର ଭୟାବହତାକୁ ଦୃଷ୍ଟିରେ ରଖି ୫ଟି ରାଜ୍ୟରେ ନିର୍ବାଚନ ହେବ କି ନାହିଁ, ଯେଉଁ ଆଶା ଆଶଂକା ଲାଗି ରହିଥିଲା ତାହାର ଅନ୍ତ ହୋଇଛି ।

Leave A Reply

Your email address will not be published.