ରାଜଧାନୀରେ ନିର୍ବାଚନୀ ହିଂସା : ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତ ଶିଖର ଜେନା ଗିରଫ

23

ପୌରନିର୍ବାଚନ ପୂର୍ବରୁ ରାଜଧାନୀରେ ଲକ୍ଷ୍ମୀସାଗର ଅଂଚଳରେ ଘଟି ଯାଇଛି ନିର୍ବାଚନୀ ହିଂସା I ଗତ ଶୁକ୍ରବାର ରାତିରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀମାନେ I ଏହି ମାମଲାରେ କମିଶନରେଟ ପୋଲିସ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିବା ସହିତ ଆଜି ମୁଖ୍ୟ ଅଭିଯୁକ୍ତ ଶିଖର ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛି I
ସୂଚନାନୁସାରେ ଗତ ଶୁକ୍ରବାର ଦିନ ଝାରପଡା ଜେଲ ସମ୍ମୁଖରେ  ୩୨ ନମ୍ବର ୱାର୍ଡ ର ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ସ୍ୱାମୀ, ଦିଅର ଓ ଭାଇଙ୍କୁ ଥାନା ସମ୍ମୁଖରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଶିଖର ଜେନା, ଶ୍ରୀଧର ଜେନା ଓ ଦିଲ୍ଲୀପ ଜେନା ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଶିଖର ଜେନାଙ୍କ ବିରୋଧରେ ୩୦୭ ଧାରାରେ ଆମର୍ସ ଆକ୍ଟ ଲାଗିଛି । ସେ ଫାଙ୍କା ଗୁଳିଚାଳନା କରିଥିଲେ ବୋଲି ପୋଲିସ୍ ସୁରାକ ପାଇଛି । ମେଡିକାଲ ଯାଂଚ ପରେ ତାଙ୍କୁ କୋର୍ଟ ଫରୱାର୍ଡ କରିଛି ପୋଲିସ୍ ।ଶିଖରଙ୍କ ଗିରଫ କୁ ନେଇ ଥାନା ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଖର ଜେନାଙ୍କ ସମର୍ଥକମାନେ ଦୀର୍ଘ ସମୟ ଧରି ଥାନା ସମ୍ମୁଖରେ ଧାରଣା ଦେଇଥିଲେ। କଣ ପାଇଁ ଶିଖର ଜେନାଙ୍କୁ ଗିରଫ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ? ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଖୁବ ଶିଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ଏହି ଘଟଣାରେ ପୋଲିସ ମୋଟ ୫ ଟି ମାମଲା ରୁଜୁ କରିଛି । ସ୍ଥାନୀୟ ଅଂଚଳରେ ଶାନ୍ତି ବଜାୟୀ ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେଉଁମାନେ ନିର୍ବାଚନ ପ୍ରକିୟାରେ ବାଧା ସୃଷ୍ଟି କରିବେ ସେମାନଙ୍କୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments are closed, but trackbacks and pingbacks are open.