ପୁଣି ନିର୍ବାଚନୀ ହିଂସା : ଡିଜିପିଙ୍କ ସତର୍କ ବାଣୀକୁ ଫୁ.. ବୁଥ ଜବରଦଖଲ ସହ ବିଡିଓଙ୍କୁ ଓ ସାମ୍ବାଦିକଙ୍କୁ ଆକ୍ରମଣ

12

ଡିଜିପିଙ୍କ ସତର୍କ ପରେ ବି ସୁଧୁରିଲାନି ଯାଜପୁର ଜିଲ୍ଲା ରେ ପଂଚାୟତ ନିର୍ବାଚନ ପରିସ୍ଥିତି । ଦ୍ଵିତୀୟ ପର୍ଯ୍ୟାୟରେ ଯାଜପୁରରେ ହୋଇଥିବା ବୁଥ ରିଂଗିଙ୍ଗ ଘଟଣାର ଏଥର ହୋଇଛି ପୁନରାବୃତି । ଏହା ସହିତ ବୁଥ ରେ ବିଡିଓ ଙ୍କ ସହିତ ସାମ୍ବାଦିକଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଛି I ମିଳିଥିବା ସୂଚନା ମୁତାବକ ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮,୯,୧୦ ଓ ୧୧ ନମ୍ବର ବୁଥରେ ଦୁର୍ବୃତ୍ତଙ୍କ ଦ୍ଵାରା ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ବୁଥ ଜବରଦଖଲ କରି ଦୁର୍ବୃତ୍ତମାନେ ଜବରଦସ୍ତ ଭୋଟ ବାକ୍ସରେ ଭୋଟ ପକାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏବେ ସେହି କେନ୍ଦ୍ରରେ ମତଦାନ ବନ୍ଦ ରହିଛି। ବୁଥ ସମ୍ମୁଖରେ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଲାଗି ରହିଛି।

ବିଡ଼ିଓ ଙ୍କୁ ଆକ୍ରମଣ
ବୁଥ୍ କ୍ୟାପଚରିଂ ସମୟରେ ଉତ୍ତେଜନା ହୋଇଥିବାରୁ କୋରେଇ ବିଡିଓ ରଞ୍ଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିଲେ କିନ୍ତୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚାନ ମିଳିଛି। ବରିଷ୍ଠ ପୋଲିସ ଅଧିକାରୀ ଓ ତହସିଲଦାର ଘଟଣା ସ୍ଥଳରେ ଲୋକଙ୍କୁ କରୁଛନ୍ତି ବୁଝାସୁଝା କରୁଛନ୍ତି।

ସାମ୍ବାଦିକ ଙ୍କୁ ଆକ୍ରମଣ : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଗ୍ରହଣ ଦିନ ପୁରୀ ଜିଲ୍ଲା କଣାସ ବ୍ଲକ୍ରେ ୪ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ୩ ଜଣ ବୈଦ୍ୟୁତିକ ଗଣମାଧ୍ୟମ ର ସାମ୍ବାଦିକ ଆକ୍ରମଣର ଶିକାର ହୋଇଛନ୍ତି। ଜିଲ୍ଲାର ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ। ତେବେ ସେଠାରେ ସେମାନଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ପିଟି ଥିଲେ। ଏମିତିକି ସେମାନଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ।
ଆକ୍ରମଣର ଶିକାର ହୋଇଥିବା ଏହି ୩ ସାମ୍ବାଦିକ ମାନେ ହେଲେ ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁ।

ଉଠାଇନେଲେ ଭୋଟ ବାକ୍ସ :
ସେହିପରି ଜିଲ୍ଲାର ବିଞ୍ଝାରପୁର ବ୍ଲକ୍ର ବାଛୋଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଉଠାଇ ନେଇଛନ୍ତି ଦୁର୍ବୃତ୍ତ। ୪ ଜଣ ଦୁର୍ବୃତ୍ତ ୪ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଧରି ପଳାଇଛନ୍ତି। ସେହିପରି ୬ ନମ୍ବର ବୁଥ୍ରୁ ଭୋଟ୍ ବାକ୍ସ ଉଠାଇ ଦୁର୍ବୃତ୍ତମାନେ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସେଠାରେ ମତଦାନ ବନ୍ଦ ରହିଥିବା ବେଳେ ଉତ୍ତେଜନା ଦେଖା ଦେଇଛି। ଦୁର୍ବୃତ୍ତମାନେ ଅନ୍ୟ ଭୋଟ୍ ବାକ୍ସ ନେଇ କେଉଁଆଡ଼େ ଗଲେ, ତାହା ଜଣାପଡ଼ି ନାହିଁ।

Comments are closed, but trackbacks and pingbacks are open.