ନିର୍ବାଚନୀ ଫିକ୍ସିଂ, ୧୦ ଲକ୍ଷ ରେ ହେଲା ଡିଲ୍‌

13

ରାଜ୍ୟରେ ଆଜି ସରିଛି ପଂଚାୟତ ନିର୍ବାଚନ ର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ I ଅନେକ ସ୍ଥାନରେ ସୁରୁଖୁରୁରେ ମତଦାନ ସରିଥିଲେ ମଧ୍ୟ ବାହ୍ୟ ଜାଗାରେ ନିର୍ବାଚନୀ ହିଂସା ସୀମା ଟପିଛି I ନିର୍ବାଚନୀ ଵୈତରଣୀକୁ କୁ ପାର କରିବା ପାଇଁ କିଏ କେତେପ୍ରକାର ପନ୍ଥା ଆପଣେଉଛନ୍ତି I ସେହିପରି ଆଉ ଏକ ପନ୍ଥା ହେଉଛି ନିର୍ବାଚନୀ ଫିକ୍ସିଂ I ଅର୍ଥାତ ଭୋଟ ପୂର୍ବରୁ କିଏ , କିଏ ସରପଞ୍ଚ, କିଏ ସମିତି ସଭ୍ୟ ହେବେ ସେ ନେଇ ହେଉଛି ଡିଲ୍‌ I ପ୍ରଥମେ ବଲାଙ୍ଗିରରେ ସରପଞ୍ଚ ନିଲାମୀ ଖବର ପରେ ଏବେ ବ୍ରହ୍ମପୁରରୁ ଆସିଛି ସମାନ ଅଭିଯୋଗ । ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍‌ ହୋଇଥିଲା। ଦୁଇ ଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ଲିଖିତ ଚୁକ୍ତିନାମା କରାଯାଇଥିଲା। ଏଥି ସହିତ ସମିତି ସଭ୍ୟ ପ୍ରାର୍ଥୀ ଜଣକ ଗାଁ ବାଲାଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ଦେଇ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପୁଣି ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ବ୍ୟତୀତ ଆଉ କେହି ପ୍ରାର୍ଥୀ ହେବେ ନାହିଁ କି ସେମାନଙ୍କୁ କେହି ବିରୋଧ କରିବେ ନାହିଁ ବୋଲି ପୂରା ଷ୍ଟାମ୍ପ ପେପରରେ ଲିଖିତ ଚୁକ୍ତିନାମା କରାଯାଉଛି।
ସର୍ତ ମୁତାବକ ପଞ୍ଚାୟତରେ ପ୍ରିୟଙ୍କା ଓ ସରପଞ୍ଚ ପ୍ରାର୍ଥିନୀ ସି ରଶ୍ମୀତା ପାତ୍ରଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦିତା କରିବେନି । ଏବେ ଦୁଇ ପ୍ରାର୍ଥୀନୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେବା ପରେ ଘଟଣାକୁ ନେଇ ବିବାଦ ବଢିଛି ।
ସେହିପରି ଜଣାପଡିଛି ଯେ ରଶ୍ମିତା ପାତ୍ର ଓ ପ୍ରିୟଙ୍କା ଦଳାଇଙ୍କ ବିରୋଧରେ ଯେମିତି ଆଉ କେହି ପ୍ରାର୍ଥୀ ହେବେ ନାହିଁ କି ସେମାନଙ୍କୁ କେହି ବିରୋଧ କରିବେ ନାହିଁ, ସେଥିପାଇଁ ହୋଇଥିଲା ୧୦ ଲକ୍ଷ ଟଙ୍କାର ଡିଲ୍। ସମିତି ସଭ୍ୟଙ୍କ ସ୍ୱାମୀ ବାଲ୍ୟରାମ ଦଳାଇ ଏହାର ମୁଖ୍ୟ କାର୍ପଟଦାର ହୋଇଥିବା ବେଳେ ସରପଞ୍ଚଙ୍କ ସମ୍ପର୍କୀୟ ଓ ଜିଆରଏସ୍ ସୁଦାମ ପାତ୍ର ମଧ୍ୟ ଏଥିରେ ସହଯୋଗ କରିଛନ୍ତି I ଏ ନେଇ ୫୩ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀନୀ କାଜଲ ପାତ୍ର ଏ ସମସ୍ତ ତଥ୍ୟ ସହ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଫେରାଦ ହେବI ସହ କହିଛନ୍ତି ଏଠାକାର ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନରେ ଫିକ୍ସିଂ ହୋଇଛି।
ସେପଟେ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତବାସୀ ମିଳିତ ଭାବରେ ପ୍ରାର୍ଥୀ ଦେବା ପାଇଁ ଯୋଜନା କରିଥିଲେ ବୋଲି କହିଛନ୍ତି ଗ୍ରାମବାସୀ । ଅପରପକ୍ଷରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଦିଆଯାଇଥିବା ଚେକକୁ ନେଇ ତାଙ୍କୁ ବଦନାମ କରିବାକୁ ମିଥ୍ୟା ଚୁକ୍ତିପତ୍ରର ସାହାରା ନିଆଯାଇଥିବା ପ୍ରକାଶ କରିଛନ୍ତି ବାଲ୍ୟରାମ ।

Comments are closed, but trackbacks and pingbacks are open.