ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ଏଣିକି ୧୭ ବର୍ଷୀୟ ବ୍ୟକ୍ତି ଭୋଟ ପରିଚୟ ପତ୍ର ପାଇଁ କରିପାରିବେ ଆବେଦନ

28

ନୂଆଦିଲ୍ଲୀ :୨୯-୦୭-୨୦୨୨ (ପି.ଏନ.ଏ):୨୦୧୪ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଙ୍କ ବଡ଼ ଘୋଷଣା । ଏଣିକି ଭୋଟର କାର୍ଟ ପ୍ରସ୍ତୁତି ପାଇଁ ୧୮ ବର୍ଷ ହେବା ଜରୁରୀ ନାହିଁ । ବରଂ ୧୭ ବର୍ଷ ବୟସରେ ଭୋଟର ଆଇଡି ପାଇଁ ଆବେଦନ କରିପାରିବେ । ନିର୍ବାଚନ କମିଶନ ଏହି ବଡ଼ ଘୋଷଣା କରିବା ସହ ମାର୍ଗଦର୍ଶିକା ଜାରି କରିଛି ।


ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ଲୋକଙ୍କର ବୟସ ୨୦୨୩ ଜାନୁଆରୀ ୧ ତାରିଖରେ ୧୮ ବର୍ଷ ପୂରିବ, ସେମାନେ ଆଇଡିକାର୍ଡ ପାଇଁ ଆବେଦନ କରିପାରିବେ । ଏବେ ଆଉ ପୂର୍ବର ନିୟମ ରହିବ ନାହିଁ । ଅର୍ଥାତ ଆଗରୁ ୧୮ ବର୍ଷ ପୂରଣ କଲା ପରେ ଭୋଟ ପରିଚୟ ପତ୍ର ପାଇବା ପାଇଁ ଆବେଦନ କରାଯାଇ ପାରୁଥିଲା । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେ ସବୁ ରାଜ୍ୟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ପାଇଁ ନୂଆ ନିୟମ ଓ ନିର୍ଦ୍ଦେଶ ଜାରି କରିଦେଇଛନ୍ତି ।

Comments are closed, but trackbacks and pingbacks are open.