ପୋଲିସ ଡିଜିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ : କୋଭିଡ ନିୟମ ତଦାରଖ କରିବେ ନୋଡାଲ ଅଫିସର

23

ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି I ନିର୍ବାଚନ ପାଇଁ ଦଳ ମାନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ କରୋନା ର ଦ୍ରୁତ ସଂକ୍ରମଣ ବୃଦ୍ଧି କୁ ନେଇ ଚିନ୍ତା ବଢ଼ିଛି I ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ବୃଦ୍ଧିପାଇ ୧୧ହଜାର ଛୁଇଁବାକୁ ବସିଲାଣି I ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ୧୬ ରୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ଙ୍କ ବୈଠକ ଅନୁଷ୍ଠିିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ପାଇଁ ଆଇନଶଙ୍ଖଳା ଓ କୋଭିଡ ପ୍ରୋଟୋକଲ ପାଳନ ନେଇ ଆଲୋଚନା ହୋଇଥିଲା ଏହି ବୈଠକରେ ।
ନିର୍ବାଚନ କମିଶନଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶଲ । ପୋଲିସ ଡିଜି କହିଛନ୍ତି ପଞ୍ଚାୟତ ନିର୍ବାଚନ ଆମ ପାଇଁ ସ୍ୱତନ୍ତ୍ର, କୋଭିଡ କଟକଣାରେ ନର୍ବାଚନ ଏକ ଆହ୍ୱାନ । ନିର୍ବାଚନ ସମୟରେ ଆଇନଶୃଙ୍ଖଳା ଓ କୋଭିଡ୍ ପ୍ରୋଟୋକଲ ଯେପରି ସଠିକ୍ ଭାବରେ ପାଳନ ହେବ ସେନେଇ ଆଲୋଚନା ହୋଇଛି । ସେ କହିଛନ୍ତି କୋଭିଡ ନିୟମ ତଦାରଖ ନେଇ ନୋଡାଲ ଅଫିସର ନିଯୁକ୍ତ ହେବେ, ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ହେବେ । ପଞ୍ଚାୟତ ନିର୍ବାଚନ ସହିତ ବାହାର ୫ ରାଜ୍ୟର ନିର୍ବାଚନ ପାଇଁ ଓଡିଶା ପୋଲିସର ଯୋଗଦାନ ରହିଛି । ସବୁ ସ୍ଥିତିକୁ ଦେଖି ଏହି ପଞ୍ଚାୟତ ନିର୍ବାଚନରେ କେତେ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହେବେ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛୁ ବୋଲି ପୋଲିସ ଡିଜି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ

Leave A Reply

Your email address will not be published.