ଜମୁଛି ନିର୍ବାଚନ ପ୍ରଚାର : ଗାଁ ଦାଣ୍ଡରେ ହଟହଟା ହେଉଛନ୍ତି ନେତା

19

ପଂଚାୟତ ନିର୍ବାଚନକୁ ଆଉ ହାତ ଗଣତି ଦିନ କେଇଟା ବାକି ରହିଛି ଇ ବର୍ତ୍ତମାନ ଗାଁ ଦାଣ୍ଡରେ ନିର୍ବାଚନ ପ୍ରଚାର ରେ ଉଠୁଛି ପଡୁଛି ଇ ଦିନେ କଲେ ଗାଁ ଦାଣ୍ଡରେ ପାଦ ପକାଉ ନଥିବା ନେତା ଅଭିନେତା ମାନେ ପ୍ରଚାର ପାଇଁ ଗାଁ କୁ ଗାଁ ମାଡି ଯାଉଛନ୍ତି ଇ ଟା ସହିତ ଦେଉଛନ୍ତି ପ୍ରତିଶୃତି ର ଭେଳିକି I ତେବେ ଭୋଟର ମଧ୍ୟ ଏବେ ସଚେତନ ହେଲେଣି ,କେବଳ ଭୋଟ ସମୟ ରେ ମୁହଁ ଦେଖାଉଥିବା ନେତାଙ୍କୁ ଗାଁ ଦାଣ୍ଡରେ ପାଇ ପ୍ରଶ୍ନ ପ୍ରଶ୍ନ ବାଣ ରେ ଘାଇଲା କରୁଛନ୍ତି I ତାଙ୍କୁ ଘେରିଯାଇ ଜବାବ ମାଗୁଛନ୍ତି । ଅସୁବିଧା ସମୟରେ ଦେଖା ମିଳୁନଥିବା ନେତା ଏବେ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ଭଦ୍ରକ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଦେଇପୁର ପଞ୍ଚାୟତରୁ ଏମିତି ଏକ ଖବର ଆସିଛି । ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତରାୟ ପ୍ରଚାର କରିବାକୁ ଗାଁକୁ ଯାଇଥିବାବେଳେ ଘେରି ଯାଇଥିଲେ ଗାଁ ଲୋକେ । ବାତ୍ୟା ଓ କରୋନା ସମୟରେ ବିଧାୟକ ଥରୁଟିଏ ବି ଗାଁକୁ ଆସିନଥିଲେ ବି ଏବେ କାହିଁକି ଭୋଟ ମାଗିବାକୁ ଆସିଛନ୍ତି ବୋଲି ପଚାରିଥିଲେ । ବିପଦ ସମୟରେ ବିଧାୟକ କେଉଁଠି ଥିଲେ ବୋଲି ପଚାରିଥିଲେ । ପରିସ୍ଥିତି ଏମିତି ହୋଇଥିଲା ବିଧାୟକ ଗାଁର ଜଣଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ । ଦୀର୍ଘ ସମୟ ଧରି ବିଧାୟକ ଘର ଭିତରେ ଥିବାବେଳେ ଗ୍ରାମବାସୀ ବାହାରେ ହୋହଲ୍ଲା କରିଥିଲେ । ଶେଷରେ ନିକଟରେ ଥିବା ସାମୁଦ୍ରିକ ଥାନା ପୁଲିସ ଆସି ବିଧାୟକଙ୍କୁ ଉଦ୍ଧାର କରିଥିଲା । ତେବେ ଏନେଇ ବିଧାୟକ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି I

ସେହିଭଳି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ପ୍ରଚାର କରିବାକୁ ଯାଇଥିବାବେଳେ ଭୋଟର ଙ୍କ ପ୍ରଶ୍ନବାଣରେ ହଟହଟା ହୋଇଛନ୍ତି। ଗାଁ ଲୋକ ପଚାରିଥିଲେ, କେବେ ଭଲ ରାସ୍ତା ହେବ? ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରୁନାହିଁ । କେବେ ବିଶୁଦ୍ଧ ପାଣି ମିଳିବ? କାହିଁକି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ? ଏପରି ମାଳ ମାଳ ପ୍ରଶ୍ନ କରି ବିଧାୟିକାଙ୍କୁ ଘେରିଥିଲେ ଭୋଟର । ବିଧାୟିକାଙ୍କ ପ୍ରତିନିଧିଙ୍କୁ ସମସ୍ୟା ଲେଖି ରଖିବାକୁ କହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବାସନ୍ତୀ ହେମ୍ବ୍ରମ I

ଦଶପଲ୍ଲା ବିଧାୟକ ରମେଶ ବେହେରା ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାକୁ ଆସିଥିବା ବେଳେ ହଟ୍ଟହଟ୍ଟା ହୋଇଥିଲେ । କୁଜାମେଣ୍ଢି ପଞ୍ଚାୟତବାସୀ ପ୍ରଶ୍ନ କରିଥିଲେ, ଅଢେଇ ବର୍ଷରେ କେତେ ଥର ଆସିଛ କୁହ? ଏବେ ଭୋଟ ମାଗିବା ପାଇଁ କାହିଁକି ଆସିଛ । ପ୍ରତିଶ୍ରୁତି ଦରକାର ନାହିଁ କାମ କରି ଦେଖାଅ ବୋଲି ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ବଣି ବ୍ରିଜ ନିର୍ମାଣ କେତେ ବାଟ ଗଲା ବୋଲି ପଚାରିଲା ବେଳେ ବ୍ରିଜ ପାଇଁ ସାଙ୍କସନ ହୋଇସାରିଛି ବୋଲି କହିଥିଲେ ବିଧାୟକ ।
ତେବେ ଭୋଟ ପରେ ପରେ ନେତା ଆଉ ଭୋଟର ଙ୍କ ମଧ୍ୟରେ କୌଣସି ସମ୍ପର୍କ ରହୁ ନାହିଁ ଇ ଭୋଟ ସମୟରେ ପ୍ରତିଶୃତି ଦେଇ ଭୁଲି ଯାଉଛନ୍ତି ନେତା I ତେଣୁ ଅନେକ ସ୍ଥାନରେ ଭୋଟର ଙ୍କୁ ଜବାବ ଦେଇ ନ ପରି ତାଙ୍କୁ ହଟହଟା ହେବାକୁ ପଡୁଛି I

Leave A Reply

Your email address will not be published.