ତୁର୍କୀ ପରେ ଭାରତୀୟ ଗହମକୁ ଫେରାଇଲା ଇଜିପ୍ଟ

39

ଭାରତୀୟ ଶସ୍ୟ ରପ୍ତାନୀକୁ ଶକ୍ତ ଝଟକା I ବିଦେଶରୁ ଫେରୁଛି ଗହମ ଆଉ ଚା ପତି I ଅଧିକ କୀଟନାଶକ ପ୍ରୟୋଗ କରାଯାଉଥିବା ଦୃଷ୍ଟିରୁ ତୁର୍କୀ ଫେରାଇଦେଇଥିବା ଗହମକୁ ନେବାକୁ ମନା କରିଦେଇଛି ଇଜିପ୍ଟ । ଏ ସମ୍ପର୍କରେ ଇଜିପ୍ଟର ଜଣେ ଅଧିକାରୀ ଅହମ୍ମଦ ଏଲ ଅଟର କହିଛନ୍ତି । ତେବେ ବିଶ୍ୱର ବୃହତ୍ତମ ଗହମ ଆମଦାନିକାରୀ ଇଜିପ୍ଟର ଏକ କମ୍ପାନୀ ପକ୍ଷରୁ ସିଧାଳସଳଖ କରାଯାଇଥିବା ଗହମ ଶନିବାର କାଇରୋ ପହଞ୍ଚିବ ।

ତୁର୍କୀକୁ ପଠାଯାଇଥିବା ୫୫ ହଜାର ଟନ୍ ଗହମକୁ ଗ୍ରହଣ କରିବାକୁ ତୁର୍କୀ ମନା କରିଦେଇଥିବା ପରେ ଗହମ ନେଇ ଯାଇଥିବା ଜାହାଜ ପୁଣିଥରେ ଗହମ ଧରି ଭାରତକୁ ଫେରିଆସିଥିଲା । ଭାରତୀୟ ଗହମରେ ଭୂତାଣୁ ଥିବା ଦର୍ଶାଇ ତୁର୍କୀ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା । ପରେ ଏହି ଗହମକୁ ଇଜିପ୍ଟ ପଠାଇବାକୁ ଭାରତ ନିଷ୍ପତ୍ତି ନେଇଥିଲା । କିନ୍ତୁ ଇଜିପ୍ଟ ମଧ୍ୟ ଏହାକୁ ରଖିବାକୁ ମନା କରିଦେଇଛି ।

ଭାରତ ସରକାର ଗତ ମେ ୧୪ ତାରିଖରେ ଗହମ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ଏହାକୁ କିନ୍ତୁ ବିରୋଧ କରିଥିଲେ । ଆଇଏମଏଫ୍ ମୁଖ୍ୟ । ଭାରତର ଏପରି ନିଷ୍ପତ୍ତିରେ ସାରା ବିଶ୍ୱରେ ଖାଦ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ଏହା ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ଏହାପରେ ନିଜ ନିଷ୍ପତ୍ତି ବଦଳାଇ ତୁର୍କୀକୁ ଗହମ ପଠାଇଥିଲା ଭାରତ । ହେଲେ ତୁର୍କୀ ଏହାକୁ ଫେରାଇଦେବା ପରେ ଭାରତକୁ ଶକ୍ତ ଝଟକା ଲାଗିଛି ।

Comments are closed, but trackbacks and pingbacks are open.