ରାଜ୍ୟରେ ଫେବୃଆରୀ ୭ରୁ ଖୋଲିବ ଶିକ୍ଷାନୁଷ୍ଠାନ

8

ରାଜ୍ୟରେ ଫେବୃଆରୀ ୭ରୁ ଖୋଲିବ ଅଷ୍ଟମରୁ ଉପରକୁ ଥିବା ସମସ୍ତ ସ୍କୁଲ କଲେଜ। ତେବେ କେଜିରୁ ସପ୍ତମ ଯାଏ ସ୍କୁଲ ଖୋଲିବ ଫେବୃଆରୀ ୧୪ ରୁ I ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀ ଉଭୟ ଅଫଲାଇନ କିମ୍ବା ଅନଲାଇନରେ ପାଠ ପଢିପାରିବେ । ତେବେ ଛାତ୍ରଛାତ୍ରୀ ମାନେ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ । କଲେଜ ଓ ବିଶ୍ବବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ଲାଇନ ଅନୁସାରେ ଖୋଲିବ । ଏହାସହ ସ୍କୁଲ କଲେଜ୍‌ ସମସ୍ତ ହଷ୍ଟେଲ ବାଦ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ ଖୋଲିବ । ଦଶମ ଓ ଦ୍ବାଦଶ ପରୀକ୍ଷା ଉଚ୍ଚ ଶିକ୍ଷା ବିଭାଗ ଗାଇଡ଼ଲାଇନ ଅନୁସାରେ ହେବ । ରାଜ୍ୟରେ କୋଭିଡ୍‌ ସ୍ଥିତି ପରଖିବା ପରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.