କମିଲା ଖାଇବା ତେଲ ଦର

27

ମହଙ୍ଗା ମାଡରୁ ଉପଭୋକ୍ତାଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ୨୦ ତାଙ୍କ ପର୍ଯ୍ୟନ୍ତ କମିଲା ଖାଇବା ତେଲ ଦର । ସୂର୍ଯ୍ୟମୂଖୀ, ସୋୟାବିନ୍, ଶୋରିଷ ତେଲ ଓ ପାମ୍ ତେଲର ଦର ହ୍ରାସ ପାଇଛି । ଧାରା ବ୍ରାଣ୍ଡରେ ଖାଇବା ତେଲ ବିକ୍ରି କରୁଥିବା କମ୍ପାନୀ ମଦର ଡାଏରୀ ଶୋରିଷ, ସୋୟାବିନ୍ ଓ ସୂର୍ଯ୍ୟମୂଖୀ ତେଲ ଦର ହ୍ରାସ କରିଛି । ସେହି ହେତୁରୁ ଅନ୍ୟ ସବୁ ତେଲର ଦାମ୍ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଖୁବ୍ ଶୀଘ୍ର ଶସ୍ତା ତେଲ ପ୍ୟାକେଟ୍ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହା ସହ ଫ୍ରିଡମ୍ ବ୍ରାଣ୍ଡରେ ଆସୁଥିବା ସବୁ ତେଲ ଦର ମଧ୍ୟ ହ୍ରାସ କରାଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ହାଇଦ୍ରାବାଦ ସ୍ଥିତ କମ୍ପାନୀ ଜେମିନି ପକ୍ଷରୁ ଗତ ସପ୍ତାହରେ ଫ୍ରିଡମ୍ ସୂର୍ଯ୍ୟମୂଖୀ ତେଲ ୧୫ ଟଙ୍କା ହ୍ରାସ କରିଥିଲା । ଏହି କମ୍ପାନୀ ଆଗାମୀ ଦିନରେ ୨୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା କରିବାକୁ ଯାଉଛି । କିଛି ଦିନ ହେବ ସୂର୍ଯ୍ୟମୂଖୀ ତେଲର ଆମଦାନୀ ରୁଷ ଓ ଆର୍ଜେଂଟିନା ପରି ଦେଶରୁ ବୃଦ୍ଧି ପାଇଛି । ଯାହାର ପ୍ରଭାବ ତେଲ ଦର ଉପରେ ଦେଖିବାକୁ ମିଳିଛି ।
ଇଣ୍ଡିଆନ୍ ଭେଜିଟେବୁଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏନର ଅଧ୍ୟକ୍ଷ ସୁଧାକରଣ ରାଓ କହିଛନ୍ତି ଯେ, ବର୍ତ୍ତମାନ ପାମୋଲିନ୍ ଅଏଲର ଦାମ୍ ଲିଟର ପିଛା ୭-୮ ଟଙ୍କା ପର୍ଯ୍ୟନ୍ତ ଏବଂ ସୋରିଷ ତେଲର ମୂଲ୍ୟ ୧୦-୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ସେହିଭଳି ସୋୟାବିନ୍ ତେଲ ଲିଟର ପିଛା ୫ଟଙ୍କା ହ୍ରାସ ପାଇଛି । ଯାହା ଖୁବ୍ ଶୀଘ୍ର ମାର୍କେଟରେ ଉପଲବ୍ଧ ହେବ । ଫଳରେ ଗ୍ରାହକଙ୍କର କିଛିମାତ୍ରାରେ ମହଙ୍ଗାମାଡରୁ ଚିନ୍ତା ଦୂର ହୋଇପାରିବ । ସେହିଭଳି ଫର୍ଚୁନ ବ୍ରାଣ୍ଡର ସମସ୍ତର ତେଲର ମୂଲ୍ୟ ହ୍ରାସ ପାଇବାକୁ ଯାଉଥିବାବେଳେ ଜେମିନି ଏଡିବଲ୍ସ ଆଣ୍ଡ ଫ୍ୟାଟ୍ କମ୍ପାନୀ କିଛିଦିନ ପୂର୍ବେ ଫ୍ରିଡମ୍ ସନଫ୍ଲାୱାର ତେଲର ମୂଲ୍ୟ ଲିଟର ପିଛା ୧୫ଟଙ୍କା ହ୍ରାସ କରିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.