କେ.କବିତାଙ୍କୁ ତୃତୀୟ ପର୍ଯ୍ୟାୟ ଜେରା କରିବ ଇଡି !

26

ଅଡୁଆରେ କେ.କବିତା ! କେ.କବିତାଙ୍କୁ ତୃତୀୟ ପର୍ଯ୍ୟାୟ ଜେରା କରିବ ଇଡି ! ଇଡିରେ ଫୋନ୍ ଜମା ଦେଲେ କେ .କବିତା । ସରଗରମ ହେଉଛି ରାଜନୀତି । ବଦଳୁଛି ରାଜନୈତିକ ସମ୍ମୀକରଣ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କେ କବିତାଙ୍କୁ ଆଜି ତୃତୀୟ ପର୍ଯ୍ୟାୟ ଜେରା କରିବ । ଜେରା ଆଗରୁ ବ୍ୟବହାର କରୁଥିବା ସମସ୍ତ ଫୋନ୍‌କୁ ମଙ୍ଗଳବାର ଇଡିର ନୂଆଦିଲ୍ଳୀ ସ୍ଥିତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି କେ କବିତା । ଏହି ବିଆର୍ଏସ୍ ନେତ୍ରୀ ଜଣକ ଇଡି ଅଫିସରେ ପ୍ରବେଶ କରିବା ପୂର୍ବରୁ ମିଡିଆ ପ୍ରତିନିଧିମାନଙ୍କ ସାମ୍ନାରେ ଫୋନଗୁଡ଼ିକୁ ଏକ ଜରିରେ ରଖି ଦେଖାଉଥିବାର ଦେଖିବାକୁ ମିଳିଥିଲା ।

କବିତା ଇଡି କାର୍ଯ୍ୟାଳୟରେ ଫୋନ୍ ସହ ଏକ ଚିଠି ମଧ୍ୟ ଦାଖଲ କରିଛନ୍ତି । ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ଫୋନ୍‌ଗୁଡ଼ିକୁ ମୁଁ ଏଠାରେ ଜମା ଦେଉଛି । ଯଦିଓ ଜଣେ ମହିଳାଙ୍କର ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରିବାର ଆଇନଗତ ବ୍ୟବସ୍ଥା ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ । ଚଳିତବର୍ଷ ମାର୍ଚ ମାସରେ ମୋତେ ପ୍ରଥମ ଥର ଜେରା ପାଇଁ ଡକାଯାଇଥିଲା । ତେଣୁ ମୁଁ ବିଶ୍ୱାସ କରିବାବୁ ବାଧ୍ୟ ହେଉଛି ଯେ ୨୦୨୨ ମସିହା ନଭେମ୍ବରରେ ମୋ ବିରୁଧରେ ହୋଇଥିବା ଅଭିଯୋଗ କେବଳ ଅନୁଚିତ ନୁହେଁ, ବରଂ ଏହା ମଧ୍ୟ ବିଚାରଗତ ବୋଲି ସେ ଉଲ୍ଲେଖ କରିଛନ୍ତି ।

ତାଙ୍କ ବିରୋଧରେ ‘ମିଥ୍ୟା’ ଅଭିଯୋଗ ଏକ ରାଜନୈତିକ ଅଳିଆ ଗଦାରେ ପରିଣତ ହୋଇଛି ବୋଲି କହିବା ସହ ତାଙ୍କ ରାଜନୈତିକ ଶତ୍ରୁମାନେ ତଥାକଥିତ ପ୍ରମାଣକୁ ନଷ୍ଟ କରିଥିବାର ଅଭିଯୋଗ ଆଣିଛନ୍ତି । ସେ ଆହୁରି ବି ଲେଖିଛନ୍ତି ଯେ, ଦୁର୍ଭାଗ୍ୟଜନକ ଯେ ଇଡି ପରି ଏକ ଏଜେନ୍ସି ରାଜନୈତିକ ସ୍ୱାର୍ଥର ଯଜ୍ଞରେ ନିରପେକ୍ଷ ତଦନ୍ତକୁ ବଳିଦାନ ଦେଇଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ଅଭିଯୋଗ କେତେ ସତ କେତେ ମିଛ ।

Comments are closed, but trackbacks and pingbacks are open.