ଆଝାରୁଦ୍ଦିନଙ୍କୁ ଇଡି ସମନ

177

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କ ବଢ଼ିଲା ଅଡୁଆ। ଅର୍ଥ ହେରଫେର ମାମଲାରେ ଫଶିଲେ ପୂର୍ବତନ ଅଧିନାୟକ। ତାଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ପଚରାଉଚରା ପାଇଁ ଡକାଯାଇଛି। ଅଜହରୁଦ୍ଦିନ ପୂର୍ବରୁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ।ସେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।ମହମ୍ମଦ ଆଝାରୁଦ୍ଦିନଙ୍କୁ ଜାରି କରାଯାଇଥିବା ଏହା ହେଉଛି ପ୍ରଥମ ସମନ, ଯାହା ଅଧୀନରେ ତାଙ୍କୁ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ ପଡିବ। ସୂଚନାନୁସାରେ, ହାଇଦ୍ରାବାଦର ଉପ୍ପାଲର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ୍ ପାଇଁ ଡିଜେଲ ଜେନେରେଟର, ଫାୟାର ବ୍ରିଗେଡ୍ ସିଷ୍ଟମ ଏବଂ କ୍ୟାନୋପି କିଣିବା ପାଇଁ ଆବଣ୍ଟିତ କରାଯାଇଥିବା ୨୦ କୋଟି ଟଙ୍କା ହେରଫେର ସହ ଏହି ମାମଲା ଜଡିତ।

Comments are closed, but trackbacks and pingbacks are open.