କେ.କବତାଙ୍କୁ ୯ଘଣ୍ଟା ଜେରା କଲା ଇଡି !

26

ଇଡି ହାଜର ହେଲେ କେ .କବିତା । କେ. କବତାଙ୍କୁ ୯ଘଣ୍ଟା ଜେରା କଲା ଇଡି ! ମାର୍ଚ୍ଚ ୧୬ ଯାଏ ଇଡିରେ ହାଜର ହେବେ କେ କବିତା ! ଥମୁନି ବିବାଦ । ବିବାଦ ଘେରରେ କେ .କବିତା । ଆଗକୁ ୨୪ ନିର୍ବାଚନ ଥିବାବେଳେ ଇଡିର ଆକ୍ସନ ମୋଡକୁ ଆସିବା ବିଆର୍‌ଏସ୍ ପାଇଁ କାଳ ହେବ । କେ.କବିତାଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା କଲା ଇଡି । ଆଜି ୯ ଘଣ୍ଟା ଧରି ପଚରାଉଚରା କରିଛି ଇଡି । ଏହାସହିତ ତାଙ୍କୁ ପୁନର୍ବାର ଆସନ୍ତା ମାର୍ଚ୍ଚ ୧୬ତାରିଖରେ ହାଜର ହେବାକୁ ସମନ କରାଯାଇଛି ।

ସେପଟେ ଆପା ନେତା ମନୀଷ ସିସୋଦିଆ ଏହି ମାମଲାରେ ଏବେ ଇଡି ହେପାଜତରେ ଅଛନ୍ତି । ଦିଲ୍ଲୀର ନୂଆ ଅବକାରୀ ନୀତି ପ୍ରସ୍ତୁତିରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ‘ସାଉଥ୍ ଗ୍ରୁପ୍‌’ କମ୍ପାନିଗୁଡ଼ିକୁ ସାହାଯ୍ୟ କରିବା ପାଇଁ ମଦ ନୀତିରେ ପରିବର୍ତ୍ତନ କରାଯାଇଥିଲା ଏବଂ ମନୀଷ ସିସୋଦିଆ ବେଆଇନଭାବେ ଏହି ଗ୍ରୁପକୁ ସୁହାଇଲା ଭଳି ନୀତି ପରିବର୍ତ୍ତନ କରିଥିଲେ ବୋଲି ଇଡି ଅଭିଯୋଗ କରିଛି । ‘ସାଉଥ୍ ଗ୍ରୁପ୍‌’ର ଲୋକଙ୍କ ମଧ୍ୟରେ କେ. କବିତା ମଧ୍ୟ ଏଜେନ୍ସିଗୁଡ଼ିକର ଟାର୍ଗେଟରେ ଅଛନ୍ତି । ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ କେନ୍ଦ୍ରରେ ଜଣେ ପ୍ରମୁଖ ବିରୋଧୀ ଦଳ ନେତା ।

ସେଥିପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ମିଥ୍ୟା ମାମଲାରେ ବିରୋଧୀ ନେତାମାନଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି । ତେବେ ଏହି ଅଡୁଆ ଥମିବାର ନାଁ ନେଉନଥିବା ବେଳେ ଆଉ କେଉଁ ନୂଆ ମୁହଁ ସାମ୍ନାକୁ ଆସୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Comments are closed, but trackbacks and pingbacks are open.