ଏକମୋ ୟୁନିଟ ରୋଗୀଶୂନ୍ୟ

36

ବୁଧୁବାର କଟକ ଏସସିବି ଏକମୋ ୟୁନିଟ ରେ ଚିକିତ୍ସାଧୀନ ଥିବା ଶେଷ ମହିଳା ରୋଗୀ ଙ୍କ ମୃତ୍ୟୁ ଘଟିବା ପରେ ଏହା ବର୍ତ୍ତମାନ ରୋଗୀଶୂନ୍ୟ ହୋଇଯାଇଛି I ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ ରୋଗୀ ଆଖି ବୁଜିଛନ୍ତି। ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ଏବେ ଇକମୋ ୟୁନିଟ ଖାଲି ହୋଇଯାଇଛି । ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଅନ୍ନପୂର୍ଣ୍ଣା ନାଏକ (୫୮)। ସେ ଗତ ଅଗଷ୍ଟ ମାସ ୨୮ ତାରିଖ ବିଳମ୍ବିତ ରାତି ରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ। ତାଙ୍କ ପରେ ପରେ ବଲାଙ୍ଗିର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ନିଶ୍ଚିନ୍ତକ୍‌ଇଲି ଅଞ୍ଚଳର ଅନ୍ନପୂର୍ଣ୍ଣା ନାଏକ ଆଖି ବୁଜିଛନ୍ତି I

Leave A Reply

Your email address will not be published.