ଓଜନ ହ୍ରାସ ପାଇଁ ପ୍ରତିଦିନ ଖାଆନ୍ତୁ ‘ଗୋଲମରିଚ’

18

ଭାରତୀୟ ଖାଦ୍ୟରେ ଅନେକ ପ୍ରକାର ମସଲା ବ୍ୟବହାର କରାଯାଇଥାଏ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଗୋଲମରିଚ ବହୁଳ ବ୍ୟବହୃତ ହୋଇଥାଏ। ଏହି ମସଲାକୁ ଆପଣ ସମସ୍ତ ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରି ପାରିବେ। ଗୋଲମରିଚରେ ଭିଟାମିନ ଏବଂ କ୍ୟାଲ୍‌ସିୟମ ରହିଛି। ଏଥି ସହିତ ଏହା ଫ୍ୟାଟ୍‌ରୁ ମଧ୍ୟ ଛୁଟକାରା ଦେବାରେ ସହାୟକ ହୋଇଥାଏ। ଆଜି ଆମେ କହିବୁ କି, କେମିତି ଆପଣ ଗୋଲମରିଚ ସାହାଯ୍ୟରେ ନିଜର ଓଜନ ହ୍ରାସ କରି ପାରିବେ ଏବଂ କିଭଳି ଭାବେ ନିଜ ଡାଏଟ୍‌ରେ ଏହାକୁ ସାମିଲ କରି ପାରିବେ।

ଗୋଲମରିଚରେ ପିପେରିନ୍‌ ରହିଥାଏ, ଏହି କମ୍ପାଉଣ୍ଡ୍‌ ମେଟାବଲିଜମ୍‌କୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ଫ୍ୟାଟ୍‌ ଜମିବାକୁ ଦେଇ ନ ଥାଏ। ଗୋଲମରିଚ ଗୁଡ୍‌ କୋଲେଷ୍ଟ୍ରୋଲ୍‌କୁ ମଧ୍ୟ ବଢ଼ାଇଥାଏ। ଥର୍ମୋଜେନିକ ହୋଇଥିବାରୁ ଏହା ମେଟାବଲିଜମ୍‌କୁ ବଢ଼ାଇବା ଏବଂ କ୍ୟାଲୋରୀକୁ ଜଲ୍‌ଦି ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ।

ଅନେକ ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ଗୋଲମରିଚକୁ ନିଜ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ଓଜନ ହ୍ରାସ ପ୍ରକ୍ରିୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଯଦିଓ ଏହାକୁ ଡାଏଟ୍‌ରେ ସାମିଲ କଲେ ଶରୀରକୁ କୌଣସି କ୍ଷତି ପହଞ୍ଚି ନ ଥାଏ, କିନ୍ତୁ ଆପଣ କମ୍‌ ମାତ୍ରାରେ ହିଁ ଗୋଲମରିଚ ସେବନ କରନ୍ତୁ। ପ୍ରତିଦିନ ଗୋଟିଏ ଚାମଚରୁ ଅଧିକ ଗୋଲମରିଚ ଖାଆନ୍ତୁ ନାହିଁ। ତେବେ ପ୍ରତିଦିନ ସକାଳ ଜଳଖିଆ ପୂର୍ବରୁ ୧ରୁ ୨ଟି ଗୋଲମରିଚ ଖାଇଲେ ଭଲ ପ୍ରଭାବ ପଡ଼ିଥାଏ। ଯଦି ଆପଣ ଏହାକୁ ଚୋବାଇ ଖାଇବାକୁ ଚାହୁଁଛନ୍ତି, ତ ଏହି ସମୟ ହିଁ ଆପଣଙ୍କ ପାଇଁ ବେଷ୍ଟ୍‍ ରହିବ। କିନ୍ତୁ ମନେ ରଖନ୍ତୁ, ଗୋଲମରିଚ ଅଧିକ ମାତ୍ରାରେ ସେବନ କଲେ ଆପଣଙ୍କୁ ଗ୍ୟାଷ୍ଟ୍ରିକ୍‌, ପେଟ ଖରାପ, ଅନ୍ତଃନଳୀ ଜ୍ୱଳନ ଆଦି ସମସ୍ୟା ଦେଖା ଦେଇପାରେ।

ଏମିତି କରନ୍ତୁ ଡାଏଟ୍‌ରେ ସାମିଲ
-ଆପଣ ଫଳ ଏବଂ ପନିପରିବା ଜୁସ୍‌ରେ ଗୋଲମରିଚ ଗୁଣ୍ଡ ମିଶାଇ ପାରିବେ। ଜୁସ୍‌ରେ ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଏହାକୁ ପିଅନ୍ତୁ।

-ଓଜନ ହ୍ରାସ ପାଇଁ ଆପଣ ଗୋଲମରିଚ ଚା’ ପିଇ ପାରିବେ। ଏଥିରେ ଚାହିଁଲେ ଅଦା ଏବଂ ଗ୍ରୀନ୍‌ ଟି’ ବ୍ୟାଗ୍‌ ପକାଇ ପାରିବେ।

-ଗୋଲମରିଚ ଏବଂ ମହୁ ମିଶ୍ରିତ ପାନୀୟ ଡିଟକ୍ସ ଭଳି କାମ କରିଥାଏ। ଏହାକୁ ପିଇବା ପାଇଁ ପ୍ରଥମେ ଆପଣ ପ୍ୟାନ୍‌ରେ ଏକ କପ୍‌ ପାଣି ଗରମ କରନ୍ତୁ। ଏଥିରେ ୧ ଚାମଚ ମହୁ ଏବଂ ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବରେ ମିକ୍ସ କରନ୍ତୁ। ଯେତେବେଳେ ଏହି ପାନୀୟ ରୁମ୍‌ ତାପମାତ୍ରାକୁ ଆସିଯିବ, ତ ସେହି ସମୟରେ ଏହାକୁ ସେବନ କରନ୍ତୁ।

Comments are closed, but trackbacks and pingbacks are open.