ନୂଆଦିଲ୍ଲୀ: ରାଞ୍ଚି ଠାରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫେରିଛନ୍ତି । ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ସାହା ବୈଠକର ଅଧ୍ୟକ୍ଷତା କରିଥିଲେ । ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । 2026 ମସିହାରେ ପୁରୀରେ ପୂର୍ବାଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହେବା ନେଇ ଘୋଷଣା କରିଛନ୍ତି । ସଫଳତାର ସହ ବୈଠକ ଶେଷ ହୋଇଛି । ସାମାଜିକ, ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଅପହଞ୍ଚ ସ୍ଥାନରେ ବିକାଶ ପହଞ୍ଚାଇବାକୁ ଫୋକସ୍ କରାଯିବ । ଏବେବି ଅନେକ ସ୍ଥାନରେ ବ୍ୟାକିଂ ସୁବିଧା ପହଞ୍ଚିନି, ପହଞ୍ଚାଯିବ । ମହିଳାଙ୍କୁ କିପରି ଆହୁରି ସଶକ୍ତ କରାଯିବ ସେ ଉପରେ ବି ଗୁରୁତ୍ୱ ଦିଆଯିବା କଥା କହିଛନ୍ତି ।
ପ୍ରକାଶଥାଉକି, ପୂର୍ବାଞ୍ଚଳ ପରିଷଦ ବୈଠକରେ ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଓଡିଶାକୁ ନେଇ ଜୋନାଲ କାଉନସିଲ ବୈଠକ ହୋଇଥିଲା। ଏହି ବୈଠକ ସଫଳତାର ସହ ଶେଷ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ରାଜ୍ୟର ସମସ୍ତ ସ୍ଥାନରେ ବ୍ୟାଙ୍କ ସେବା, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ଆଲୋଚନା ହୋଇଛି । ମନ୍ତ୍ରୀ 31 ମାର୍ଚ୍ଚ 2026 ସୁଦ୍ଧା ସମ୍ପୂର୍ଣ ଭାବରେ ମାଓବାଦୀ ଦମନ ସହ ସମ୍ପୂର୍ଣ ସମାପ୍ତ ହେବ ସେଥିପାଇଁ ଆକ୍ସନ ମୋଡ଼ରେ ଅଛନ୍ତି ଅମିତ ଶାହା। 2047 ସୁଦ୍ଧା ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ ଲକ୍ଷ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.