ପୂର୍ବତଟ ରେଳପଥ ପକ୍ଷରୁ ଆତଙ୍କବାଦ ବିରୋଧ ଦିବସ ପାଳନ :

39

ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ଠାରେ ଆତଙ୍କବାଦ ବିରୋଧ ଦିବସ ପାଳନ କରାଯାଇ ଅହିଂସା ଓ ସହିସ୍ନୁତା ପ୍ରତି ଦୃଢ ବିଶ୍ୱାସ ରଖିବା ଉପରେ ଶପଥ ଗ୍ରହଣ କରାଇଛନ୍ତି ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ |


ଆତଙ୍କବାଦ ଓ ହିଂସାକୁ ବିରୋଧ କରିବା ସହ ଶାନ୍ତି ଓ ସଂହତି ବଜାୟ ରଖିବା ଏବଂ ମାନବ ଜୀବନ ଓ ମୂଲ୍ୟବୋଧ ପ୍ରତି ଧମକ ବିରୋଧରେ ଲଢ଼ିବା ପାଇଁ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଛନ୍ତି | ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଶ୍ରୀ ଏଲ ଭି ଏସ ଏସ ପାତୃଡୁ ଏହି ଶପଥପାଠ ଉତ୍ସବକୁ ପରିଚାଳନା କରିଥିଲେ |

Comments are closed, but trackbacks and pingbacks are open.