ଭୂକମ୍ପରେ ଥରିଲା ପ୍ରଶାନ୍ତ ମହାସାଗର !

34


ବୋକା ଚିକା ନଗରୀ ନିକଟବର୍ତ୍ତୀ ପାନାମା ଉପକୂଳ ଅନ୍ତର୍ଗତ ପ୍ରଶାନ୍ତ ମହାସାଗର ଜଳରାଶିରେ ମଙ୍ଗଳବାର ଦିନ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ‘ଦି ୟୁ. ଏସ୍‌. ଜିଓଲୋଜିକାଲ୍ ସର୍ଭେ’ କହିଛି । କିନ୍ତୁ, ଏଥିଯୋଗୁଁ କେହି ମୃତାହତ ହୋଇଥିବା କିଂବା କିଛି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ହସ୍ତଗତ ହୋଇନାହିଁ ।

ଭୂଗର୍ଭର ୧୨ କିଲୋମିର୍ଟ ଅଭ୍ୟନ୍ତରରେ ସଂଘଠିତ ଏହି ଭୂକମ୍ପନ ଅପେକ୍ଷାକୃତ ଅଗଭୀର ଥିବା କଥା ଆମେରିକୀୟ ଏଜେନ୍‌ସି ‘ଦି ୟୁ. ଏସ୍‌. ଜିଓଲୋଜିକାଲ୍ ସର୍ଭେ’ ସୂଚନା ଦେଇକ୍ତି । ‘ଦି ୟୁ. ଏସ୍‌. ଜିଓଲୋଜିକାଲ୍ ସର୍ଭେ’ କହିଛି: ସ୍ଥାନୀୟ ସମୟ ୫.୧୮ରେ ସଂଘଠିତ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ବୋକା ଚିକାର ଦକ୍ଷିଣ ଦିଗକୁ ପ୍ରାୟ ୪୪ କିଲୋମିର୍ଟ ଦୂରବର୍ତ୍ତୀ ଅଞ୍ଚଳ । ଏହି ଭୂକମ୍ପନ ଯୋଗୁଁ ରାଜଧାନୀ ପାନାମା ନଗରୀ ସମେତ ପାନାମାର ଅଧିକାଂଶ ପ୍ରାନ୍ତ ଦୋହଲି ଯିବାରୁ ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ବାସ କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ ।

ନିକଟସ୍ଥ କୋଇବା ଦ୍ୱୀପରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଥିବା କଥା ପାନାମାର ‘ସିଭିଲ୍ ଡିଫେନ୍‌ସ୍ ଅଫିସ୍‌’ ସୂଚନା ଦେଇକ୍ତି । ‘ନ୍ୟାସ୍‌ନାଲ୍ ସିଭିଲ୍ ଡିଫେନ୍‌ସ୍‌’ର ନିର୍ଦେଶକ କାର୍ଲୋସ୍ ରୁମ୍ବୋ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, କୌଣସି କ୍ଷୟକ୍ଷତି ହୋଇଥିବା କିଂବା କେହି ମୃତାହତ ହୋଇଥିବା ରିପୋର୍ଟ ତାଙ୍କ ଅଫିସ୍ ପାଇନାହିଁ । କିନ୍ତୁ, ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ପ୍ରଦେଶଗୁଡ଼ିକରେ ଯାଞ୍ଚ ଚାଲିଛି ।

Comments are closed, but trackbacks and pingbacks are open.