ଜାମ୍ମୁ କାଶ୍ମୀରରେ ପୁଣି ଭୂମିକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୧

17

ନୂଆବର୍ଷରେ ଦ୍ଵିତୀୟ ଥର ପାଇଁ ପୁଣି ଏକ ଅଘଟଣ I ଜାମ୍ମୁ କାଶ୍ମୀରରେ ଆଜି ଅପରାହ୍ନ ରେ ଭୂକମ୍ପ ଝଟ୍‌କା ଲାଗିଛି । ଗୋଟିଏ ସପ୍ତାହରେ ଏହି ଭୂମିକମ୍ପ ଦ୍ବିତୀୟ ଥର ପାଇଁ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୫.୧ । ୪ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨୭ ତାରିଖରେ କାଶ୍ମୀରରେ ୫.୩ ମ୍ୟାଗ୍ନିଟ୍ୟୁଡ୍‌ ଭୂକମ୍ପ ଅନୁଭୂତ ହୋଇଥିଲା । ଭାରତ ସମେତ, ପାକିସ୍ତାନ ଏବଂ ଚୀନରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଆଜି ପୁଣି ଥରେ ଭୂମିକମ୍ପ ତୀବ୍ରତାରେ ଥରିଛି କାଶ୍ମୀର । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.