ଜମ୍ମୁ- କାଶ୍ମୀରରେ ଭୂକମ୍ପ ଝଟକା

22

ତୁର୍କୀ ପରେ ଏବେ ଭାରତ ପାଳି । ପ୍ରଥମେ ଗୁଜୁରାଟ ଏବେ ଜମ୍ମୁ- କାଶ୍ମୀରରେ ଅନୁଭୂତି ହୋଇଛି ଭୂକମ୍ପ । ଜଳବାୟୁରେ ଦିନ କୁ ଦିନ ପୁରିବର୍ତ୍ତନ ହେବାରେ ଲାଗିଛି । ପ୍ରଦୂଷଣ ବଢିଥିବା କାରଣରୁ ସମଗ୍ର ବିଶ୍ୱକୁ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟର ସାମ୍ନା କରିବାକୁ ପଡିଛି ।

ତେବେ ତୁର୍କୀରେ ହୋଇଥିବା ଭୂକମ୍ପକୁ ବିଶ୍ୱ ଭୁଲିନଥିବା ବେଳେ , ଭାରତର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭୂକମ୍ପର ଝଟକା ଅନୁଭୂତ ହେଉଛି । ଆଜି ଭୋର ସମୟରେ ଜମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । କଟରାଠାରୁ ୯୭ କିମି ପୂର୍ବରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଫେବ୍ରୁଆରୀ ୧୩ ସିକ୍କିମ ରାଜ୍ୟରେ ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । ଏହାସହ ଫେବ୍ରୁଆରୀ ୧୧ ତାରିଖରେ ମଧ୍ୟ ଗୁଜୁରାଟର ସୁରତରେ ୩.୮ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Comments are closed, but trackbacks and pingbacks are open.