ହିମାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

22

ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ‘ଦି ନ୍ୟାସ୍‌ନାଲ୍ ସେର୍ଣ୍ଟ ର୍ଫ ସିସ୍‌ମୋଲୋଜି’ କହିଛି । ଏ ସଂକ୍ରାନ୍ତରେ ଟୁଇର୍ଟରେ ସୂଚନା ଦେଇ ‘ଦି ନ୍ୟାସ୍‌ନାଲ୍ ସେର୍ଣ୍ଟ ର୍ଫ ସିସ୍‌ମୋଲୋଜି’ ଲେଖିଛି ଯେ, ଆଜି ର୍ଭୋ ୫.୧୭ରେ ଧରମଶାଳାର ପୂର୍ବ ପଟକୁ ୨୨ କିଲୋମିର୍ଟ ଦୂରବର୍ତ୍ତୀ ଭୂଗର୍ଭର ୫ କିଲୋମିର୍ଟ ଅଭ୍ୟନ୍ତରରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଥିଲା । ରିର୍କ୍ଟ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୩.୨ ।

ଏ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ । ଉତ୍ତରାଖଣ୍ଡର ଯୋଶୀମଠ ପାଖରୁ ପ୍ରାୟ ୨୦୦ କିଲୋମିର୍ଟ ଦୂର ଉତ୍ତରକାଶୀରେ ୨.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାର ଦିନକ ପରେ ଆଜି ହିମାଚଳ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି ।

ସେହିପରି, ଜାନୁଆରି ୮ ତାରିଖ ରାତି ପ୍ରାୟ ୧୧.୧୨ରେ ଜମ୍ମୁ ଓ କଶ୍ମୀରର କିସ୍ତୱାର୍ଠାରୁ ପ୍ରାୟ ୧୦ କିଲୋମିର୍ଟ ଦୂରରେ ମଧ୍ୟ ୩.୬ ତୀବ୍ରତାସମ୍ପନ୍ନ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Comments are closed, but trackbacks and pingbacks are open.