ଗୁଜୁରାଟରେ ଭୂକମ୍ପ ଝଟକା

25

ଗୁଜରାଟର ଅମରେଲି ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଗୁରୁବାର ସକାଳ ୯ଟା ୬ ମିନିଟରେ ୩.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ତୁର୍କୀ ଓ ସିରିୟା ଖବର ଭିତରେ ଏଭଳି ହେବାରୁ ଲୋକେ ଆତଙ୍କିତ ହୋଇ ଅଛନ୍ତି । ଫେବ୍ରୁଆରି ୪ ତାରିଖରେ ଅମରେଲି ଜିଲ୍ଲାରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।

ଇନଷ୍ଟିଚ୍ୟୁଟ୍ ଅଫ୍ ସିସ୍ମୋଲୋଜିକାଲ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି ଯେ ସକାଳ ୭ଟା ୫୧ ମିନିଟ୍ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଅମରେଲି ସହରଠାରୁ ୪୩ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୩.୨ କିଲୋମିଟର ଗଭୀରତାରେ ଥିଲା । ଫେବ୍ରୁଆରି ୨୦ ତାରିଖରେ କଚ୍ଛ ଜିଲ୍ଲାରେ ସାମାନ୍ୟ ଭୂମିକମ୍ପ ହୋଇଥିଲା । ସୋମବାର ପୂର୍ବାହ୍ନ ୧୧ଟା ୪୧ମିନିଟରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି କେନ୍ଦ୍ର ବିନ୍ଦୁ ଦୁଧାଇଠାରୁ ୨୮ କିଲୋମିଟର ଦୂରରେ ଅବସ୍ଥିତ ।

ଏହା ପୂର୍ବରୁ ସୌରାଷ୍ଟ୍ରର ଅମରେଲି ଏବଂ ସୁରଟରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଫେବ୍ରୁଆରି ୮ ଓ ୯ ତାରିଖରେ କଚ୍ଛରେ ମଧ୍ୟ ଭୂମିକମ୍ପ ହୋଇଥିଲା ।

Comments are closed, but trackbacks and pingbacks are open.