ଦିଲ୍ଲୀରେ ଭୂମିକମ୍ପ ଝଟକା

18

ଭୂ-କମ୍ପରେ ଥରିଲା ଦିଲ୍ଲୀ। ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ଅପରାହ୍ନରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡର ମଧ୍ୟ କିଛି ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଛି।

ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ, ପିଥୋରାଗଡ଼ ଏବଂ ଅଲମୋଡାରେ ମଧ୍ୟ ଭୂ-କମ୍ପର ଝଟକା ଲାଗିଛି। ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ସବୁ ଖୋଲା ସ୍ଥାନକୁ ପଳାଇଆସିଥିଲେ। କିଛି ସେକେଣ୍ଡ ପାଇଁ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ବୋଲି ଜଣାପଡ଼ିଛି।

ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ବୋଲି ଜଣାପଡ଼ିଛି। ଏହି ଭୂ-କମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.