ଚୀନରେ ଭୂକମ୍ପ ଝଟକା ଅନୁଭୂତ…

83

ନୂଆଦିଲ୍ଲୀ: ସକାଳୁ ସକାଳୁ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୬ଟା ୨୯ ରେ ଭୂକମ୍ପ ଅନୁଭୂତ ହେବାର ସୂଚନା ମିଳିଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି । ପଶ୍ଚିମ ଚୀନରେ ଭୂକମ୍ପ ଝଟକା ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । ଗତକାଲି ତୁର୍କୀରେ ମଧ୍ୟ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମାପ କରାଯାଇଛି । ଗୁରୁବାର ଅପରାହ୍ନ ପ୍ରାୟ ୩.୪୬ ସମୟରେ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ, ଭାରତ ସମେତ ପୁରା ଦୁନିଆରେ ବର୍ତ୍ତମାନ ଭୂକମ୍ପ ଝଟକା ଅନୁଭୂତ ହେଉଛି ।

Comments are closed, but trackbacks and pingbacks are open.