ସିକନ୍ଦରାବାଦର ଇ-ବାଇକ୍‌ ଶୋରୁମ୍‌ ଅଗ୍ନିକାଣ୍ଡ ରେ ୨ ଓଡ଼ିଆଙ୍କ ସହିତ ୮ ମୃତ

28

ସୋମବାର ବିଳମ୍ବିତ ରାତିରେ ସିକନ୍ଦରାବାଦର ଏକ ଇଲେକ୍ଟ୍ରିକ ଭେଇକିଲ୍‌ ଶୋରୁମରେ ସୋମବାର ରାତିରେ ନିଆଁ ଲାଗି ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକର ଜଣେ ଓଡ଼ିଆ ଦମ୍ପତି ମଧ୍ୟ ରହିଛନ୍ତି। ମୃତ ଦମ୍ପତିଙ୍କ ପରିଚୟ ମିଳିଛି। ସେମାନେ ହେଲେ କଟକ କାଫଲା ବଜାର ମହାନ୍ତି ପଡ଼ାର ଚନ୍ଦନ ଜେଠି ଓ ତାଙ୍କ ସ୍ତ୍ରୀ ମିତାଲି ମହାପାତ୍ର ବୋଲି ଜଣା ପଡ଼ିଛି। ଅଗ୍ନିକାଣ୍ଡବେଳେ ସେହି ବିଲଡିଂରେ ପାଖାପାଖି ୨୫ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ନିଆଁରୁ ବର୍ତ୍ତିବା ପାଇଁ ବିଲଡିଂର ଝରକା ଦେଇ ବାହାରକୁ ଡେଇଁଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।

ସୂଚନାନୁସାରେ ସିକନ୍ଦରାବାଦ ରେଲୱେ ଷ୍ଟେଶନସ୍ଥିତ ରୁବି ଇଲେକ୍ଟ୍ରି ବାଇକ୍‌ ଶୋ’ ରୁମ୍‌ରେ ଗତ ରାତିରେ ଗାଡି ଚାର୍ଜ ହେଉଥିବା ସମୟରେ ବ୍ୟାଟେରୀ ବିସ୍ଫୋରଣ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ସୋ ରୁମ ର ଉପର ମହଲରେ ଏକ ଲାଜ ଅବସ୍ଥିତ ଥିଲା I ବିସ୍ଫୋରଣ ଯୋଗୁଁ ନିଆଁ ଓ ଧୂଆଁ ଏତେ ପ୍ରବଳ ମାତ୍ରାରେ ବ୍ୟାପି ଯାଇଥିଲା ଯେ,ହୋଟେଲ ମଧ୍ୟରୁ ଲୋକ ମାନେ ବାହାରିପାରି ନ ଥିଲେ I ଲୋକମାନେ ଜୀବନ ବଞ୍ଚାଇବାପାଇଁ ଛାତ ଉପର ଦେଇ ଲୁହ ରେଲିଂ ମଧ୍ୟରେ ଅଟକି ରହିଥିବାର ଦେଖା ଯାଇଥିଲା I ଫଳରେ ବାଷ୍ପରୁଦ୍ଧ ହୋଇ ଏଥିରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ହୋଟେଲ୍‌ର ୪ଟି ଫ୍ଲୋର୍‌ରେ ମୋଟ ୨୩ଟି ରୁମ୍‌ ଥିବା ଜଣା ପଡ଼ିଛି ବୋଲି ପୋଲିସ କହିଛି। ଅନ୍ୟପଟେ ହାଇଦ୍ରାବାଦର ପୋଲିସ କମିଶନର ସିଭି ଆନନ୍ଦ କହିଛନ୍ତି ସିଡି଼ ପାହାଚ ଦେଇ ଧୂଆଁ ତଳ ଫ୍ଲୋର୍‌ରୁ ଉପର ଫ୍ଲୋର ପର୍ଯ୍ୟନ୍ତ ସମସ୍ତ ଫ୍ଲୋର୍‌ରେ ବ୍ୟାପି ଯାଇଥିଲା। ଫାଷ୍ଟ ଫ୍ଲୋର ଏବଂ ସେକେଣ୍ଡ ଫ୍ଲୋର୍‌ରେ ଶୋଇଥିବା ଲୋକମାନ କରିଡର ପର୍ଯ୍ୟନ୍ତ ଆସିବାକୁ ସକ୍ଷମ ହୋଇଥିଲେ କିନ୍ତୁ ଅଧିକ ଧୂଆଁ ହେତୁ ଶ୍ୱାସରୁଦ୍ଧ ହୋଇ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଘଟଣାସ୍ଥଳରୁ ୮ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି I

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତେଲେଙ୍ଗାନା ନଗର ପ୍ରଶାସନ ଏବଂ ସହରି ବିକାସ ମନ୍ତ୍ରୀ କେଟି ରାମା ରାଓ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ପାଇଁ କେନ୍ଦ୍ର ସରକାର ଏବଂ ସ୍ଥାନୀୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗ୍ରହ ରାଶି ଘୋଷଣା କରାଯାଇଛି।

Comments are closed, but trackbacks and pingbacks are open.