ଦୀପିକା ପାଦୁକୋନଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିଛି : ଡାଇସନ

294

ଭୁବନେଶ୍ୱର- ବିଶ୍ୱସ୍ତରୀୟ ଟେକ୍ନୋଲୋଜି କମ୍ପାନୀ ଡାଇସନ ପକ୍ଷରୁ ଦୀପିକା ପାଦୁକୋନଙ୍କୁ ଏକ ହେୟାର କେୟାର ଟେକ୍ନୋଲୋଜିସ୍ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି । ଏହି ସହଭାଗିତା ମାଧ୍ୟମରେ ଡାଇସନ କେଶ ସ୍ୱାସ୍ଥ୍ୟ ବଜାୟ ରଖିବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ବଢ଼ାଇବା ଏବଂ ଡାଇସନର ବୈଷୟିକ ଅତ୍ୟାଧୁନିକ ଷ୍ଟାଇଲିଙ୍ଗ ଉପକରଣଗୁଡ଼ିକର ପ୍ରାସଙ୍ଗିକତା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଡାଇସନ ଇଣ୍ଡିଆର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ଅଙ୍କିତ ଜୈନ କହିଛନ୍ତିଯେ, “ଆମେ ଦୀପିକା ପାଦୁକୋନଙ୍କ ସହ ସହଭାଗିତା କରି ଆନନ୍ଦିତ । ଅତ୍ୟାଧୁନିକ ଇଞ୍ଜିନିୟରିଂ ଏବଂ ଭବିଷ୍ୟ ଚିନ୍ତିତ ଡିଜାଇନକୁ ଏକାଠି କରି ଡାଇସନ କେଶ ଯତ୍ନ ଟେକ୍ନୋଲୋଜି, ଆମର କେଶ ଯତ୍ନ ଏବଂ ଏହାକୁ ଷ୍ଟାଇଲ କରିବା ଢଙ୍ଗରେ ପରିବର୍ତନ ଆଣିଛି ଏବଂ ଆଗକୁ ମଧ୍ୟ ଜାରି ରଖିବ । ଦୀପିକାଙ୍କ ସହିତ ଆମର ସହଭାଗିତା ଭାରତୀୟ କେଶ ପାଇଁ ବହୁମୂଖୀ, ସୁସ୍ଥ ଦୈନନ୍ଦିନ ଷ୍ଟାଇଲିଂ ଉପରେ ଆଲୋଚନାକୁ ଆହୁରି ଗୁରୁତ୍ୱ ଦେବ ।”


ଡାଇସନ ହେୟାର କେୟାର ବ୍ରାଣ୍ଡ ଆମ୍ପାସାଡର ଦୀପିକା ପାଦୁକୋନ ନିଜ ସହଭାଗିତା ସମ୍ପର୍କରେ ମତ ରଖି କହିଛନ୍ତିଯେ, “ଉଦ୍ଭାବନ ପ୍ରତି ଡାଇସନର ପ୍ରତିବଦ୍ଧତା ଏବଂ ସୁସ୍ଥ ହେୟାର ଷ୍ଟାଇଲିଙ୍ଗ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରଦାନ କରିବା ଉପରେ ଏହାର ଧ୍ୟାନକୈନ୍ଦ୍ରିକତା ମୋତେ ପ୍ରତିଫଳିତ କରୁଛି । ମୁଁ ଆଶାବାଦୀ ଯେ ଏହି ସହଭାଗିତା ଲୋକମାନଙ୍କୁ ଏକ ଉନ୍ନତ ଷ୍ଟାଇଲ ହାସଲ କରିବା ସମୟରେ ସୁସ୍ଥ କେଶ ବଜାୟ ରଖିବାର ମହତ୍ୱ ସମ୍ପର୍କରେ ଅଧିକ ସଚେତନ ରହିବା ଦିଗରେ ଅନୁପ୍ରାଣିତ କରିବ ।


ଡାଇସନ ଟେକ୍ନୋଲୋଜି ଅଗ୍ରଗତି ଉପରେ ନିରନ୍ତର ଭାବେ ବିନିଯୋଗ କରିଛି । ସାତବର୍ଷ ପୂର୍ବେ, ଏହା ଡାଇସନ ସୁପରସୋନିକ ଟିଏମହେୟାରଡ୍ରାୟରର ଶୁଭାରମ୍ଭ ସହିତ କେଶ ଯତ୍ନରେ ବୈପ୍ଲବିକ ପରିବର୍ତନ ଆଣିଥିଲା । ଏହା ଏକ ମେଶିନ ଯାହା କେଶକୁ ଶୀଘ୍ର ଶୁଖାଇବା ପାଇଁ ଦ୍ରୁତ, ନିୟନ୍ତ୍ରିତ ବାୟୁପ୍ରବାହ ଏବଂ ବୁଦ୍ଧିମାନ ତାପ ନିୟନ୍ତ୍ରଣର ବ୍ୟବହାର କରିଥାଏ ଯେବେକି କେଶକୁ ମଜବୁତ ଏବଂ ସୁସ୍ଥ ରଖିଥାଏ । ସେବେଠାରୁ ଡାଇସନ ସମସ୍ତ ପ୍ରକାରର କେଶ ପାଇଁ ଉନ୍ନତମାନର ଷ୍ଟାଇଲ ଯୋଗାଇଦେବା ଲାଗି ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଷ୍ଟାଇଲିଙ୍ଗ ଉପକରଣ ବିକଶିତ କରିଛି, ଯାହାକି ଅତ୍ୟଧିକ ତାପ ସସ୍ପର୍ଷରେ ଆସିବାକୁ କମ୍ କରିଛି । ଡାଇସନ ଷ୍ଟାଇଲିଙ୍ଗ ଉପକରଣଗୁଡ଼ିକର କାର୍ୟ୍ୟଦକ୍ଷତା ଥର୍ମାଲ, ଯାନ୍ତ୍ରିକ ଏବଂ ରସାୟନିକ କ୍ଷତିର ପ୍ରଭାବକୁ ବୁଝି କେଶର ଗଠନ ଠାରୁ ଆରମ୍ଭ କରି ବାୟୁପ୍ରବାହ ଗତିଶୀଳତା ପର୍ୟ୍ୟନ୍ତ ଏକ ଦଶନ୍ଧିରୁ ଅଧିକ ସମୟର ଗବେଷଣାରୁ ଉତ୍ପନ୍ନ ହୋଇଛି ।

Comments are closed, but trackbacks and pingbacks are open.