ଡିୟୁରୋଫ୍ଲେକ୍ସ ଆଲିଆ ଭଟ ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର ଭାବେ ଚୁକ୍ତି ବଦ୍ଧ କଲା

29

ଭାରତ କୁ ଆରମ୍ଭ ରେ ନିଦ୍ରା ଯିବା ରେ ସହାୟତା କରିବା ଏହି ମାହାତ୍ତ୍ୱାକାଂକ୍ଷୀ ମଣ୍ଡଳୀ

ଭାରତ ର ଅଗ୍ରଣୀ ଶୟନ ସମାଧାନ ଯୋଗାଣ କାରୀ ଡିୟୁରୋଫ୍ଲେକ୍ସ ଯୁବ ଚଳଚିତ୍ର ତାରକା ଆଲିଆ ଭଟ ଙ୍କୁ ନିଜର ପ୍ରଥମ ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରିଛି I ୫୦ ବର୍ଷ ରୁ ଅଧିକ କାଳ ର ବିଶେଷ ଅଭିଜ୍ଞନ୍ତା ରଖୁଥିବା ଏହି ଭରୋସା ଯୋଗ୍ୟ ଶୟନ ସମାଧାନ ବ୍ରାଣ୍ଡ ଆଲିଆ ଙ୍କୁ ନେଇ ତାହାର ପରବର୍ତୀ ବୃହତ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛି ,ଯାହା ଭାରତ ବାସୀ ଙ୍କୁ ଉତ୍ତମ ନିଦ୍ରା ଯିବାକୁ ପ୍ରେରିତ କରିବ I
ଜଣେ ଅଭିନେତ୍ରୀ ଭାବରେ ଆଲିଆ ନିଜର ବିବିଧତା,ପୁରସ୍କାର ବିଜୟୀ ଅଭିନୟ ଏବଂ ଉତ୍କର୍ଷ ଦିଗରେ ପ୍ରତିବଦ୍ଧତା ପାଇଁ ପରିଚିତ I ସେ ନିରନ୍ତର ସୀମାରେଖା ଡେଇଁ ନୂଆ ଶିଖର ରେ ପହଂଚୁଛନ୍ତି ଏବଂ ସେହି ସମୟରେ ବୃତ୍ତିଗତ ସଫଳତା ଏବଂ ବ୍ୟକ୍ତିଗତ କଲ୍ୟାଣ ମଧ୍ୟ ରେ ଉତ୍ତମ ତାଳମେଳ ରଖୁଛନ୍ତି I ତାଙ୍କର ସୁସ୍ଥ ଜୀବନ ଶୈଳୀରେ ବିଶ୍ରାମ କାରୀ ନିଦ୍ରା ମୁଖ୍ୟ ବିଷୟ ବୋଲି ସେ ବିବେଚନା କରୁଛନ୍ତି ଏବଂ ଅନେକ ସମୟ ରେ ନିଜର ସାମାଜିକ ମଞ୍ଚରେ ସେ ଶୋଇବାକୁ କି ଭଳି ଭଲ ପାନ୍ତି ତାହା ଉପସ୍ଥାପନା କରୁଛନ୍ତି I ନିଦ୍ରାପ୍ରତି ତାଙ୍କର ଦୃଢ ଆଗ୍ରହ ତାଙ୍କୁ ଡିୟୁରୋଫ୍ଲେକ୍ସ ର ଜଣେ ଉପଯୁକ୍ତ ଆମ୍ବାସଡର କରି ଗଢି ତୋଳୁଛି I ଏହି ସହଭାଗିତା ସମ୍ପର୍କରେ ପ୍ରକାଶ କରି ଡିୟୁରୋଫ୍ଲେକ୍ସସି.ଏମ.ଓ.ସ୍ମିତା ମୁରାରକା କହିଛନ୍ତି ଶୟନ ସମାଧାନ ବର୍ଗ ରେ ଡିୟୁରୋଫ୍ଲେକ୍ସ କୁ ସର୍ବଦା ଏକ ଚିଂତନକାରୀ ନେତୃତ୍ୱ ନେଇ ଆସିଛି ଏବଂ ଭାରତବାସୀ ଯେଭଳି ଉତ୍ତମ ନିଦ୍ରା ଯିବେ ,ସେ ଦିଗରେ ଏକ ଲକ୍ଷ ନେଇ କାର୍ଯ୍ୟ କରୁଛି ଆମେ ଏକ ଶୁଦ୍ଧ ବ୍ୟକ୍ତିତ୍ୱ ଙ୍କ ସହିତ ସହଭାଗିତା କରିବାକୁ ଚାହୁଁ ଥିଲୁ ,ଯିଏ ନୂଆ ପିଢ଼ି ର ଗ୍ରାହକ ଙ୍କ ସହିତ ମେଳ ଖାଇବେ I ଆଲିଆ ଭଟ ହେଉଛନ୍ତି ଅତ୍ୟନ୍ତ ଚର୍ଚିତ ଯୁବ ଚେହେରା I ଯିଏ ନିଜ କୁ ନିର୍ଭିକ ଭାବରେ ଗଢିତୋଳି ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି I

“ମ୍ୟାଟ୍ରେସ ଭଳି ଶୟନ ପାଇଁ ଏକ ଉତ୍ପାଦ ପସନ୍ଦ କରିବ ସମୟ ରେ ସେମାନଙ୍କୁ ସଚେତନ କରିବାରେ ସହାୟତା କରିବାକୁ ଡିୟୁରୋଫ୍ଲେକ୍ସ ଭଳି ଏକ ଶକ୍ତିଶାଳୀ ବ୍ରାଣ୍ଡ ସହିତ ସଂଯୁକ୍ତ ହୋଇ ମୁଁ ରୋମାଂଚିତ ଅନୁଭବ କରୁଛି” I (ଆଲିଆ ଭଟ ଡିୟୁରୋଫ୍ଲେକ୍ସ ବ୍ରାଣ୍ଡ ଆମ୍ବାସାଡ଼ର)

Leave A Reply

Your email address will not be published.