ପ୍ରଶ୍ନ କାଳରେ ବ୍ଲକ୍ ଓ ପଞ୍ଚାୟତ ପୁନର୍ଗଠନ ଦାବି ଉଠାଇଲେ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟ

13

ବ୍ଲକ୍ ଓ ପଞ୍ଚାୟତ ପୁନର୍ଗଠନ ନେଇ ପ୍ରଶ୍ନ କାଳରେ ସରଗରମ ଆଲୋଚନା । ଉଭୟ ବିରୋଧୀଦଳ ଓ ଶାସକ ଦଳ ସଦସ୍ୟ ବ୍ଲକ୍ ପୁନର୍ଗଠନ ନେଇ ଦାବି ଉଠାଇଲେ । ପଞ୍ଚାୟତରୁ ବ୍ଲକ୍ ଦୂରତା ଅଧିକ ରହୁଥିବାରୁ ପୁନର୍ଗଠନ ପାଇଁ ଦାବି ଜଣାଇଲେ ସଦସ୍ୟ । କୋରାପୁଟର ଦଶମନ୍ତପୁର, ବୋରିଗୁମ୍ମା, ଜୟପୁର, ଯାଜପୁରର ଚଣ୍ଡିଖୋଲ, ବାଲେଶ୍ଵରର ଭୋଗରାଇ ବ୍ଲକ ଉଦାହରଣ ରଖିଲେ ସଦସ୍ୟ । ଗୋଟେ ଗୋଟେ ବ୍ଲକ୍‌ର ବହୁ ପଞ୍ଚାୟତ ରହୁଥିବାରୁ ବ୍ଲକ୍ ପୁନର୍ଗଠନ ଆବଶ୍ୟକତା ପାଇଁ ଦାବି କରିଛନ୍ତି ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ୧୯୫୮ରେ ୧୨୪ଟି ବ୍ଲକ୍ ହୋଇଥିଲା । ପରେ ୧୯୬୧ ମସିହାରେ ୨୧୪, ୧୯୬୩ ରେ ୩୦୪, ୧୯୮୪ରେ ୩୧୪ ବ୍ଲକ୍ ହୋଇଥିଲା । ବର୍ତ୍ତମାନ ବ୍ଲକ୍ ପୁନର୍ଗଠନ ନେଇ ପ୍ରସ୍ତାବ ନାହିଁ । ଯେଉଁ ପଞ୍ଚାୟତଠୁ ଗାଁର ଦୂରତା ଅଧିକ ରହୁଛି ସେ ଗାଁରେ ଫ୍ୟାସିଲିଟି କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଚାଉଳ, ଭତ୍ତା ପରି ସରକାରୀ ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ । ନୂଆ ଜନଗଣନା ହେଲେ ସେଇ ଆଧାରରେ ବ୍ଲକ ଆଉ ପଂଚାୟତ ପୁନର୍ଗଠନ ନେଇ ସରକାର ପଦକ୍ଷେପ ନେବେ । ୨୦୧୧ ମସିହା ପରେ ଆଉ ଜନ ଗଣନା ହୋଇନାହିଁ । ପୁଣି ଜନ ଗଣନା ପରେ ବ୍ଲକ ପୁନର୍ଗଠନ ପାଇଁ ସରକାର ବିଚାର କରିବେ ବୋଲି କହିଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମଙ୍ଗଳବାର ପ୍ରଶ୍ନକାଳରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୧୯୬୩ ମସିହାରେ ରାଜ୍ୟରେ ବ୍ଲକ୍ ସଂଖ୍ୟା ୩୦୪ ରହିଥିଲା। ୧୯୭୭ ମସିହାରେ ଏହା ୩୦୭କୁ ବୃଦ୍ଧି ପାଇଥିଲା । ପୁଣି ୧୯୮୪ ମସିହାରେ ରାଜ୍ୟରେ ସମୁଦାୟ ୩୧୪ ବ୍ଲକ୍ ଗଠନ କରାଯାଇଛି । ପରବର୍ତ୍ତୀ ସମୟରେ ରଜ୍ୟ ସରକାର ବ୍ଲକ ପୁନର୍ଗଠନ ପାଇଁ ଜଷ୍ଟିସ କେ. ପି. ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ କରିଥିଲେ । ହେଲେ ସେ ତାଙ୍କ ରିପୋର୍ଟ ଦେଇନଥିଲେ । ତେବେ ନୂଆ ଜନଗଣନା ପରେ ବ୍ଲକ ପୁନର୍ଗଠନ ପାଇଁ ବିଚାର କରାଯିବ । ଯେଉଁ ପଞ୍ଚାୟତଠୁ ଗାଁର ଦୂରତା ଅଧିକ ରହୁଛି ସେ ଗାଁରେ ଫ୍ୟାସିଲିଟି କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଚାଉଳ, ଭତ୍ତା ପରି ସରକାର ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ ବୋଲି ଗୃହକୁ ପଞ୍ଚାୟତିରାଜ ମନ୍ତ୍ରୀ ଅବଗତ କରାଇଛନ୍ତି ।

Comments are closed, but trackbacks and pingbacks are open.