ନିର୍ବାଚନ ସମୟରେ ମନେପଡ଼ିଲା ଗାଁ ରେ ନେଟୱର୍କ ନାହିଁ : କେମିତି ହେବ ଡିଜିଟାଲ ପ୍ରଚାର?

15

ରାଜ୍ୟରେ ନିର୍ବାଚନ ଋତୁରେ ମାହୋଲ ସରଗରମ ହେଇ ଉଠିଲାଣି ଇ ତୃଣମୂଳ ସ୍ତରରେ ପଂଚାୟତ ଓ ପୌରାଞ୍ଚଳବାସୀ ଙ୍କୁ ୫ମ ରାଜ୍ୟ ଆୟୋଗ ଙ୍କ ସୁପାରିଶ ଆଧାରରେ ଯେଉଁ ସବୁ ମୌଳିକ ସୁବିଧା ମିଳିବ କଥା ତାହା କାଗଜ କଲମରେ ସୀମିତ ରହିଛି I ଅନେକ ଗୁଡିଏ ଜିଲ୍ଲାରେ ନେଟ ,ଟାୱାର ନ ଥିବାରୁ ଗାଁରୁ ସହର ସବୁଠି ମୋବାଇଲ ନେଟୱାର୍କ ଅସୁବିଧା । ଅନଲାଇନ୍ ପାଠପଢାରୁ ଆରମ୍ଭ କରି ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇଁ ଫୋନ କରିବାକୁ ହେଲେ ମୋବାଇଲରେ ନେଟୱର୍କ ନିହାତି ଦରକାର । ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସବୁ କାମ ଅନଲାଇନ୍ ରେ କରାଯାଉଛି । ହେଲେ ଓଡିଶାର ଅନେକ ଗାଁରେ ଏବେ ବି ମୋବାଇଲ ନେଟୱାର୍କ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ । ଜିଲ୍ଲାରେ ମୋବାଇଲ ନେଟ ,ଟାୱାର ଭଳି ସୁବିଧା ନ ଥିବାରୁ ନିର୍ବାଚନ ମୈଦାନରେ କେହି ସାମିଲ ହେଉ ନ ଥିବା ବେଳେ ଭୋଟ ବର୍ଜ୍ଜନ ଲାଗି ଲୋକେ ନିଷ୍ପତି ନେଇଛନ୍ତି I ଟାୱାର ନାହିଁ ତ ଭୋଟ ନାହିଁ କହି ଜିଲ୍ଲାର ତିଳେଇବନି ବ୍ଲକ ଡ଼ିମିରିକୁଦ ଗଣ୍ଡମ,ଝରାଗୋଗୁଆ,ପାରାପୋସି,ଝାରମୁଣ୍ଡା ପଂଚାୟତବାସୀ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି I
ସେହିଭଳି ରାୟଗଡା ବ୍ଲକର ଏକାଧିକ ପଂଚାୟତରେ ନେଟୱର୍କ ସମସ୍ୟା ରହିଛି । ମୋବାଇଲ ଟାୱାର ଟିଏ ନଥିବାରୁ ଏସବୁ ପଂଚାୟତରେ ଅନଲାଇନ କାମ ହୋଇପାରୁନାହିଁ । ରାୟଗଡା ବ୍ଲକ ପିପିଲିଗୁଡା ପଂଚାୟତର କିଛି ଯୁବକ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମୋବାଇଲ ନେଟୱର୍କ ଥିବା ଆବିଷ୍କାର କରିଛନ୍ତି । ଆଉ ସେଥିପାଇଁ ଗାଁରୁ ବାହାରେ ନେଟୱର୍କ ପାଇବାକୁ ଏହି ନାଟ ।
ଆଶ୍ଚର୍ଯ୍ୟ ର କଥା ହେଉଛି ରାଜ୍ୟର ୬ହଜାର ୯୯ଟି ଗାଁରେ ରହିଛି ଏହି ମୋବାଇଲ ନେଟୱର୍କ ସମସ୍ୟା । ଲୋକଙ୍କ ସବୁ ସମସ୍ୟାକୁ ଆଖି ବୁଜି ଦେଉଥିବା ରାଜନେତା ଏବେ ଚିନ୍ତାରେ ପଡିଯାଇଛନ୍ତି ।
ନେଟୱାର୍କ ନାହିଁ, ନେତାଙ୍କ ଚିନ୍ତା
– ରାଜ୍ୟର ୬ହଜାର ୯୯ଟି ଗାଁରେ ଲାଗୁନି ମୋବାଇଲ
– କନ୍ଧମାଳ ଜିଲ୍ଲାର ୧ହଜାର ୯୪ଟି ଗାଁରେ ନାହିଁ ମୋବାଇଲ ନେଟୱର୍କ
– ରାୟଗଡା ୯୬୬, କୋରାପୁଟର ୫୨୦ ଗାଁରେ ଲାଗୁନି ମୋବାଇଲ
– ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୩୪% ପିଲା କରୁଛନ୍ତି ଅନଲାଇନ କ୍ଲାସ
– ଅର୍ଥାତ ୩୯ ଲକ୍ଷ ୬୦ହଜାର ପିଲା ପଢିପାରୁନାହାନ୍ତି ଅନଲାଇନ ପାଠ
– ଟ୍ରାଇର ତଥ୍ୟ ଅନୁସାରେ ୧କୋଟି ଲୋକଙ୍କର ନାହିଁ ମୋବାଇଲ ଫୋନ୍
ଦେବଗଡର ତିଲେଇବଣିରେ ୫ଟି ପଂଚାୟତ ଭୋଟ ବର୍ଜନ କରିବା ପରେ ସେଠାରେ ମୋବାଇଲ ଟାୱାର ବସାଇବାକୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି । କେନ୍ଦ୍ର ସରକାର ଟେଲିକମ୍ ସେବା ଯୋଗାଇ ଦେଉଥିବା ବେଳେ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଏକ ଘରୋଇ କମ୍ପାନୀ ସହ ଆଲୋଚନା କରିଛି ସ୍ଥାନୀୟ ପ୍ରଶାସନ ।
ବିଭିନ୍ନ ସଂସ୍ଥାର ତଥ୍ୟ ଅନୁସାରେ ରାଜ୍ୟରେ ସ୍ମାର୍ଟ ଫୋନ, ମୋବାଇଲ ଟାୱାର ଏବଂ ଇଂଟରନେଟ ଭିତିଭୁମିର ଅଭାବ ରହିଛି । ଏପଟେ କରୋନା କଟକଣା ଯୋଗୁଁ ପଂଚାୟତ ନିର୍ବାଚନରେ ରାଲି ଓ ସଭା ସମିତିକୁ ବାରଣ କରାଯାଇଛି । ପ୍ରାର୍ଥୀଙ୍କ ସମେତ ୫ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ କରିବାକୁ ଅନୁମତି ରହିଛି । ବାକି ପ୍ରଚାର ଡିଜିଟାଲ ମୋଡରେ କରିବାକୁ କୁହାଯାଉଥିବା ବେଳେ ନେଟୱର୍କ ସମସ୍ୟା ବଡ ବାଧକ ହୋଇପାରେ ।

Leave A Reply

Your email address will not be published.