ସର୍ଟସର୍କିଟ୍ ଯୋଗୁ ୧୦ ମିନିଟ୍ ଭିତରେ ଜଳିଗଲା ୪ ଦୋକାନ

44

ଭୁବନେଶ୍ୱର: ସର୍ଟ ସର୍କିଟଯୋଗୁ କ୍ଷଣକ ମଧ୍ୟରେ ୪ଟି ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏଫଆର କଲୋନି ନିକଟରେ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୯ଟା ସମୟରେ ଡମଣାରୁ ଶୈଳଶ୍ରୀବିହାର ଯିବା ରାସ୍ତା ମଝିରେ ଏଫଆର କଲୋନି ରାସ୍ତା କଡରେ ଲାଗି ଲଗି ରାସ୍ତା ଉପରେ ଅନେକ ଦୋକାନ ଥିଲା । ସେହି ଦୋକାନ ନିକଟରେ ଥିବା ଏକ ବିଦ୍ୟୁତ୍ ତାରରେ ହଠାତ ଏକ କାଉ ଆସି ବସିପଡ଼ିବାରୁ କାଉଟି ଦେହରେ ନିଆଁ ଲାଗି ସର୍ଟସର୍କିଟ ହୋଇ ଯାଇଥିଲା । ଫଳରେ ଏକ ନିଆଁ ପିଣ୍ଡୁଳା ତଳେ ଥିବା ଏକ ଗଦି ଦୋକାନ ରେ ପଡିଥିଲା । ନିଆଁ ପଡ଼ିବା କ୍ଷଣି ଗଦିଗୁଡ଼ିକ ହଠାତ୍ ଜଳିବାକୁ ଲାଗିଲା । ଏହା ଦେଖି ଗଦି ଦୋକାନର ମାଲିକ ଏମ୍‌ଡି ସଫିକ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । କ୍ଷଣକ ମଧ୍ୟରେ ନିଆଁ ନିକଟରେ ଥିବା ଟେଣ୍ଟ ହାଉସ ସହ ଗୋଟିଏ ସେଲୁନ୍ ଓ ଅନ୍ୟଟି ପାନ ଦୋକାନରେ ନିଆଁ ଲାଗି ଜୋରରେ ଜଳିବାକୁ ଲାଗିଲା । ଦୋକାନୀମାଗ୍ଦେମକଳ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ବି ୪ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଦିନବେଳା ନିଆଁ ଲାଗିଥିବାରୁ ଭାଗ୍ୟକୁ ଏହାକୁ ଲାଗିଥିବା ଅନ୍ୟ ଦୋକାନଗୁଡ଼ିକ ରକ୍ଷା ପାଇଯାଇଥିଲା । ଟେଣ୍ଟ ହାଉସ ମାଲିକ ପ୍ରଭାକର ମହାନ୍ତିଙ୍କ କହିବା ମୁତାବକ ତାଙ୍କର ପ୍ରାୟ ୩ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ସେହିପରି ଅନ୍ୟ ଦୋକାନୀଙ୍କ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

Comments are closed, but trackbacks and pingbacks are open.