ଉତ୍ତରାଖଣ୍ଡ: ପାହାଡିଆ ରାଜ୍ୟରେ ଲଗାତାର ବର୍ଷା ଯୋଗୁଁ ବିନାଶ ଦେଖାଯାଉଛି। ପ୍ରଥମେ ହିମାଚଳର କାଙ୍ଗଡ଼ା ଏବଂ କୁଲୁ, ଏବେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ବର୍ଷା ଏକ ବିପର୍ଯ୍ୟୟ ପାଲଟିଛି। ଉତ୍ତରକାଶୀର ବାରକୋଟ-ଯମୁନୋତ୍ରୀ ରାସ୍ତାରେ ବାଲିଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଯାହା ବିପୁଳ କ୍ଷତି କରିଛି। ପାଣିର ଦ୍ରୁତ ପ୍ରବାହ ଯୋଗୁଁ ଏଠାରେ ଏକ ନିର୍ମାଣାଧୀନ ହୋଟେଲ ସ୍ଥାନରେ କାମ କରୁଥିବା ୮ ରୁ ୯ ଜଣ ଶ୍ରମିକ ନିଖୋଜ ଅଛନ୍ତି l
ସୂଚନା ପାଇବା ମାତ୍ରେ SDRF ଏବଂ NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ କାର୍ଯ୍ୟ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏଠାରେ ଦୁଇ ଦିନ ଧରି ଲଗାତାର ବର୍ଷା ହେଉଥିଲା ଏବଂ ଶ୍ରମିକମାନେ ଏଠାରେ ତମ୍ବୁ ଲଗାଇ କାମ କରୁଥିଲେ। କିନ୍ତୁ ରବିବାର ସକାଳ ଠାରୁ ସେମାନେ ନିଖୋଜ ଅଛନ୍ତି। ବାଦଲଫଟା ବର୍ଷା ଯୋଗୁଁ ଯମୁନୋତ୍ରୀ ରୁଟ୍ ମଧ୍ୟ ପ୍ରଭାବିତ ହୋଇଛି। ସୂଚନା ଦେଇ ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ SDRF ଏବଂ NDRF ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଯମୁନୋତ୍ରୀ ଜାତୀୟ ରାଜପଥ ସିଲାଇ ନିକଟରେ ଦୁଇ-ତିନିଟି ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିଲା। ଏ ସମ୍ପର୍କରେ ସୂଚନା NH ବାରକୋଟକୁ ଦିଆଯାଇଛି।
ଏହା ବ୍ୟତୀତ, ଅନେକ ସ୍ଥାନରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ହେଲେ ଆଶ୍ୱସ୍ତିର କଥା ହେଉଛି ଯେ, କୌଣସି ଜୀବନହାନିର ସୂଚନା ନାହିଁ। ପାଣିପାଗ ବିଭାଗ ଋଷିକେଶ, ରୁରକି, ରାଣୀଖେତ, ଡେହରାଡୁନ, ଉତ୍ତରକାଶୀ ସମେତ ରାଜ୍ୟର ଅନେକ ଜିଲ୍ଲାରେ ଆଗାମୀ ୫ ଦିନ ପାଇଁ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି।
Comments are closed, but trackbacks and pingbacks are open.