ଦୁବାଇ ଇନଭେଷ୍ଟରସ ମିଟ୍ ସଫଳ : ୩୧ରେ ଦିଲ୍ଲୀରେ ଅନୁଷ୍ଠିତ ହେବ ୩ୟ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

24

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଦୁବାଇରେ ସଫଳ ହେବା ପରେ ଆସନ୍ତା ୩୧ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ୩ୟ ଇନଭେଷ୍ଟର୍ସ ମିଟ୍‌। ଅଗଷ୍ଟ ୩୧ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଦୁବାଇ ଭଳି ନୂଆଦିଲ୍ଲୀରେ ମଧ୍ୟ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଏହାସହ ୧୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ନବୀନ ଆଲୋଚନା କରିବେ। ଦୁବାଇ, ଅହମଦାବାଦ ପରେ ତୃତୀୟ ରୋଡ଼ ସୋ ଦିଲ୍ଲୀରେ ହେବାକୁ ଯାଉଛି। ରାଜ୍ୟ ସରକାର ଓ ଫିକିର ମିଳିତ ଉଦ୍ୟମରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ। ଓଡ଼ିଶାକୁ କିପରି ଅଧିକ ପୁଞ୍ଜି ଆସିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଦିଲ୍ଲୀ ପରେ ଅନ୍ୟ ମେଟ୍ରୋ ସହରଗୁଡ଼ିକରେ ମଧ୍ୟ ସରକାର ରୋଡ଼ ଶୋ କରିବାକୁ ଯାଉଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତ କରି ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ସାମିଲ ହୋଇଥିଲେ। ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଥିଲା ପ୍ରସ୍ତାବ। ତେଣୁ ଦିଲ୍ଲୀ ଇନଭେଷ୍ଟର୍ସ ମିଟ୍‌ରେ ମଧ୍ୟ ଓଡ଼ିଶା ସରକାର ଏକ ବଡ଼ ଧରଣର ପୁଞ୍ଜିନିବେଶ ଓଡ଼ିଶାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ପେଟ୍ରୋକେମିକାଲସ, କେମିକାଲସ, ପ୍ଲାଷ୍ଟିକ, ମେଟାଲ୍ସ, ଫୁଡ ପ୍ରୋସେସିଂ, ଟେକ୍ସଟାଇଲ, ଆଇଟି ଆଦି ଦିଗରେ ଓଡ଼ିଶାରେ ଅଧିକ ସୁଯୋଗ ରହିଛି।

ଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏହା ସହ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ଶିଳ୍ପ ସଚିବଙ୍କ ସମତେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୋଗ ଦେବେ। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍‌ ଇନ ଓଡ଼ିଶା କନକ୍ଲେଭ-ଥ୍ରୀ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.