ଦୁବାଇ ଇନଭେଷ୍ଟର୍ସ ମିଟ୍‌ : ଓଡ଼ିଶାରେ ୨୧,୮୦୦ କୋଟି ଟଙ୍କାର ପୁଞ୍ଜିନିବେଶ ର ପ୍ରତିଶ୍ରୁତି ନିଵେଶକ ,ମିଳିବ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

55

ଦୁବାଇ ଇନଭେଷ୍ଟର୍ସ ମିଟ୍‌ରୁ ଓଡ଼ିଶାକୁ ମିଳିଲା ବିରାଟ ସଫଳତା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ଦିନିଆ ବିଦେଶ ଗସ୍ତର ଯାଇ ଆଜି ଦୁବାଇରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଆଜି ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ପ୍ରାୟ ୧୫୦ କମ୍ପାନୀର ପ୍ରତିନିଧିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ପ୍ରାୟ ୨୧୮୦୦କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତିଶୃତି ଦେଇଛନ୍ତି ନିବେଶକ । ବିଭିନ୍ନ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଯାହ ଫଳରେ ରାଜ୍ୟରେ ବ୍ୟାପକ ନିବେଶ କରିବାକୁ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ ଇଚ୍ଛା ପ୍ରକାଶ କରିଛନ୍ତି। ଦୁବାଇ ଇନଭେଷ୍ଟର୍ସ ମିଟ୍‌ରେ ମିଳିଥିବା ପ୍ରତିଶ୍ରୁତି ମୁତାବକ ୨୧ ହଜାର କୋଟିର ପୁଞ୍ଜି ନିବେଶ କରାଗଲେ ରାଜ୍ୟରେ ୧୯ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି ।


ବିଶେଷକରି ଖଣିଜଶିଳ୍ପ, ହୋଟେଲ ଶିଳ୍ପ, ୟୁରିଆ ପ୍ଲାଣ୍ଟରେ ନିବେଶ ପାଇଁ ଆଗ୍ରହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ସହାୟତା ଯୋଗାଇଦେବେ ।

ଓଡ଼ିଶାର ଏହି ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଦୁବାଇରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଓଡ଼ିଶାରେ ଥିବା ବିଭିନ୍ନ କମ୍ପାନୀର ଏକ ଉଚ୍ଚସ୍ତରୀୟ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଏଥିରେ ସାମିଲ ହୋଇଛନ୍ତି । ଏହି ପ୍ରତିନିଧି ଦଳରେ ଫିକ୍କି ଉପସଭାପତି ତଥା ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ଜେଏସଡବ୍ଲ୍ୟୁ ସିମେଂଟ ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ, ପାରାଦୀପ ଫସଫେଟ୍ ଲିଃର ଅଧ୍ୟକ୍ଷ ସରୋଜ ପୋଦ୍ଦାର, ହିଣ୍ଡାଲକୋ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ, ଏଏମଏନଏସ ଇଣ୍ଡିଆ ସିଇଓ ଦିଲ୍ଲୀପ ଓମେନ, ବେଦାନ୍ତ ସିଇଓ ରାହୁଲ ଶର୍ମା, ଆଇଓସିଏଲ୍ ନିର୍ଦ୍ଦେଶକ ସୁଜୟ ଚୌଧୁରୀ, ଡିଏନ ହୋମସ ପରିଚାଳନା ନିର୍ଦ୍ଦେଶକ ଜଗଦୀଶ ନାଏକ, ବି-ୱାନ୍ ବିଜିନେସ ହାଉସ୍ ପରିଚାଳନା ନିର୍ଦ୍ଦେଶକ ଭବତୋଶ ସାହୁ, ଟାଟା ଷ୍ଟିଲ ଏସଇଜେଡ୍ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ମଲ୍ଲିକ ଓ ଟାଟା ଷ୍ଟିଲ ଲିଃ ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ।

Comments are closed, but trackbacks and pingbacks are open.