ଶୁଖିଲା କାଶ ର କରନ୍ତୁ ଘରୋଇ ଉପଚାର

41

ଋତୁ ବଦଳିବା ଅନୁସାରେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ I ଏହି ସମୟରେ ପ୍ରାୟ ଥଣ୍ଡା କାଶ ଲାଗି ରହିବା ଏକ ସାଧାରଣ କଥା I ବେଳେ ବେଳେ ପେଟ ଗରମ ପାଇଁ ଆମକୁ ଶୁଖିଲା କାଶ ହୋଇଥାଏ ,ବିଶେଷ କରି ଏହା ସିଟ ଦିନରେ ଅଧିକ ଦେଖାଯାଇଥାଏ I କିନ୍ତୁ ଏହା ପ୍ରାୟ ସମୟ ଯନ୍ତ୍ରଣାଦାୟକ ହୋଇଥିବାରୁ ଆପଣଙ୍କ ଦୈନଦିନ କାମରେ ବାଧକ ସାଜିଥାଏ । ଏଥିପାଇଁ ଆପଣ କିଛି ଘରୋଇ ଉପଚାର ଦ୍ୱାରା ଏହାର ଚିକିତ୍ସା କରିପାରିବେ

ମହୁ, ଅଦା, ଯଷ୍ଟି ମଧୁ : ଯଦି ଆପଣଙ୍କୁ ଶୁଖିଲା କାଶ ହେଉଛି ତେବେ ଆପଣ ମହୁ, ଅଦା ଓ ଯଷ୍ଟିମଧୁ ବ୍ୟବହାର କରିପାରିବେ । ଏହିସବୁ ଜିନିଷ ପ୍ରାୟତ ପ୍ରତି ପରିବାରର ରୋଷେଇରେ ସାମିଲ ହୋଇଥାଏ । ଏହାକୁ ଆପଣ ମିଶ୍ରଣ କରି ଦୈନିକ ସେବନ କରିପାରିବେ । ଏହା କେବଳ ଆପଣଙ୍କ ଶୁଖିଲା କାଶକୁ ବନ୍ଦ କରିବ ନାହିଁ, ଏହାର ସେବନ ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ ।

ଭେଜି ବାଇଗଣ : ଭେଜି ବାଇଗଣକୁ ବିଶେଷ ଭାବେ କାଶ ପାଇଁ ବ୍ୟବହାର କରାଯାଇଥାଏ । ଏହା ବିଶେଷ କରି ଶୁନଶାନ ରାସ୍ତା କଡରେ ଦେଖିବାକୁ ମିଳିଥାଏ । ଶରୀରରେ ଜମା ହେଉଥିବା କଫକୁ ସନ୍ତୁଳିତ କରିବାରେ ସହାୟତା କରିଥାଏ । ଏହାସହ ଅତ୍ୟାଧିକ କଫକୁ ବାହାର କରିବାରେ ସହାୟକ ହୋଇଥାଏ ।

ରାଶି ତେଲ : ଶୁଖିଲା କାଶକୁ ବନ୍ଦ କରିବାକୁ ରାଶି ତେଲ ବହୁତ ଉପକାରୀ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବା ସହ ଏହାକୁ ଆପଣ ଗରମ ପାଣିରେ ମିଶାଇ ସେବନ କଲେ ଶୁଖିଲା କାଶରୁ ନିସ୍ତାର ମଳିଥାଏ ।

ତୁଳସୀ : ତୁଳସୀ ପତ୍ର ଅନେକ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଇଥାଏ । କଫ ଜମିଥିଲେ ଆପଣ ତୁଳସୀ ପତ୍ର ସେବନ କରିପାରିବେ । ଗରମ ପାଣିରେ ତୁଳସୀପତ୍ର ସିଝାଇ ପିଇବା ଦ୍ୱାରା ଶୁଖିଲା କାଶ ବନ୍ଦ ହୋଇଥାଏ । ଏହା ସହିତ ତୁଳସୀ ପତ୍ର ରସ ଓ ମହୁ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ଚାଟି ଖାଇଲେ ଆରମ୍ଭ ମିଳିଥାଏ I

ତାଳ ମିଶ୍ରି ଓ ପାନ ମଧୁରୀ : ରାତିରେ ଏକ ଗ୍ଲାସ ପାଣିରେ ରେ କିଛି ପରିମାଣ ରେ ତାଳ ମିଶ୍ରି ଓ ଏକ ଚାମଚ ପାନ ମଧୁରୀ ବତୁରାଈ ରଖନ୍ତୁ I ସକାଳେ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ ପେଟ ଥଣ୍ଡା ହେବ ସହିତ ଶୁଖିଲା କାଶ ରୁ ମୁକ୍ତି ମିଳିଥାଏ I

Comments are closed, but trackbacks and pingbacks are open.