ମଝି ଦରିଆରେ ଡ୍ରଗ୍ସ ପାର୍ଟି : ଆର୍ଯ୍ୟନ୍‌ ଖାଁ ଗିରଫ

31

ରାତି ଅଧରେ ମଝି ଦରିଆରେ ଚାଲିଥିଲା ଡ୍ରଗ୍ସ ପାର୍ଟି ,ଗିରଫ ହେଲେ ଶାହାରୁଖଙ୍ ଖାଁ ଙ୍କ ପୁଅ ଆର୍ଯ୍ୟନ୍‌ ଖାଁ । ଆଜି ଏନ୍‌ସିବି ତାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିଲା। ଏହି ମାମଲାରେ ୩ ଯୁବତୀ ସମେତ ୮ଜଣଙ୍କୁ ଙ୍କୁ ମଧ୍ୟ ଗିରଫ କରି ନିଜ ହେପାଜତକୁ ନେଇ ସମସ୍ତଙ୍କୁ ପଚରାଉଚୁରା କରୁଛି ଏନସିବି। ଏହି ଡ୍ରଗ୍ସ ପାର୍ଟି ମୁମ୍ବାଇ ନିକଟସ୍ଥ ‘କାର୍ଡିଲୀୟା ଦ ଇମ୍ପ୍ରେସ’ କ୍ରୁଜରେ ଚାଲିଥିଲା। ପୂର୍ବରୁ ରେଭ୍‌ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା।ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁନ୍‌ମୁନ୍‌ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ। ଏସମସ୍ତଙ୍କ ନିକଟରୁ ଏନ୍‌ସିବି ଏମ୍‌ଡିଏମ୍‌ଏ ଓ ଏମ୍‌ଡି ଡ୍ରଗ୍ସ ଜବତ କରିଥିଲା। ଗିରଫ ପରେ ଏନ୍‌ସିବି ଏବେ ଆର୍ଯ୍ୟନ୍‌ଙ୍କ ସମେତ ୮ ଜଣଙ୍କ ଡାକ୍ତରୀ ପରୀକ୍ଷା କରିବା ପାଇଁ ହସ୍ପିଟାଲ ନେଇଛି।
ଡାକ୍ତରୀ ଯାଞ୍ଚ ପରେ ଏ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ। ସେଠାରେ ହିଁ ଏନ୍‌ସିବି ରିମାଣ୍ଡ ପାଇଁ ଆବେଦନ କରିପାରେ। ତେବେ ଏନ୍‌ସିବି କେତେଦିନର ରିମାଣ୍ଡ ମାଗିବ ତାହା କୋର୍ଟରେ ହାଜର ହେବା ପରେ ହିଁ ସ୍ପଷ୍ଟ ହେବ। ଯେତେବେଳେ ଏନସିବି ଚଢ଼ଉ କରିଥିଲା ସେତେବେଳେ ପାର୍ଟିରେ ୬୦୦ ଲୋକ ସାମିଲ ଥିଲେ। ଏନସିବି ସୂତ୍ର ଅନୁଯାୟୀ, ଆର୍ଯ୍ୟନ ମଧ୍ୟ ସେହି କ୍ରୁଜରେ ଉପସ୍ଥିତ ଥିଲେ. ଯେଉଁଠି ରେଭ ପାର୍ଟି ଚାଲିଥିଲା। ତେବେ ସେ ଡ୍ରଗ୍ସ ସେବନ କରିଥିଲେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏନସିବି ରେଭ ପାର୍ଟିର ଆୟୋଜକଙ୍କୁ ପଚରାଉଚୁରା ପାଇଁ ଡାକିଛି। ଆୟୋଜକଙ୍କୁ ଆଜି ରାତି ୧ଟା ସୁଦ୍ଧା ଏନସିବି ନିକଟରେ ହାଜର ହେବାକୁ ପଡିବ।

Leave A Reply

Your email address will not be published.