ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡା ଫସିଲେ ଭିଜିଲାନ୍ସ ଜାଲରେ

191

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ବାସଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଭୁବନେଶ୍ୱରର ୪ଟି ଘର ଓ ବ୍ରହ୍ମପୁରରେ ଚଢାଉ ଚାଲିଛି । ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଇଛି। ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁରରେ ତାଙ୍କର ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।ରାଜଧାନୀର ନୟାପଲ୍ଲୀ ବେହେରା ସାହିରେ ଥିବା ମେଟ୍ରୋ ସିଟିର ବ୍ଲକ୍-୫ ଫ୍ଲାଟ୍ ନଂ ୧୫, ଫ୍ଲାଟ୍ ନଂ. ୧୧-ଡି, ବ୍ଲକ-୨, ମେଟ୍ରୋସିଟି,ନୟାପଲ୍ଲୀ, ନମ୍ବର ଓୟୁ-୬୩୪, ଏସ୍ପ୍ଲାନେଡ୍, ଭୁବନେଶ୍ୱର, ଫ୍ଲାଟ୍ ନମ୍ବର ୧୦୫, ବ୍ଲକ-ଡି, ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟ, ବଳଭଦ୍ରପୁର, ଭୁବନେଶ୍ୱର, ଶ୍ରୀ ପଣ୍ଡାଙ୍କ ଭଡ଼ା ଘର, ଡୁପ୍ଲେକ୍ସ ନମ୍ବର ଡିଏକ୍ସ-୨୯, ଗ୍ରେଟର ସମ୍ବଲପୁର, ବରେଇପାଲି, ସମ୍ବଲପୁର, ତାଙ୍କ ପୈତୃକ ଘର ନାଭି କଲୋନି, ଚର୍ଚ୍ଚ ରୋଡ୍, ବ୍ରହ୍ମପୁର, ଶ୍ରୀ ପଣ୍ଡାଙ୍କ ରାଜ୍ୟ ଔଷଧ ପରୀକ୍ଷଣ ପରୀକ୍ଷାଗାର କାର୍ଯ୍ୟାଳୟ, ସମ୍ବଲପୁର।

Comments are closed, but trackbacks and pingbacks are open.