ଉଦବେଗଜନକ ସ୍ଥିତିରେ ପ୍ଲୁସ-ଟୁ ଡ୍ରପ୍ ଆଉଟ୍ ହାର ।

168

ଭୁବନେଶ୍ୱର: ନିକଟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ପରେ ଡ୍ରପଆଉଟ୍ ର ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହା ବିଭାଗର ହୋସ୍ ଉଡ଼ାଇଲା ଭଳି। କାରଣ ମନ୍ତ୍ରୀ ଏହାର କାରଣ ଖୋଜାଯିବ ବୋଲି କହିଥିଲା ବେଳେ, ଏତେମାତ୍ରାରେ ଅନୁପସ୍ଥିତି ହାର ବଢ଼ିବା ପଛରେ କିଛି ମୁଷ୍ଟିମେୟ ଘରୋଇ ଶିକ୍ଷାନୁଷ୍ଠାନଙ୍କ କାରନାମାକୁ ଦାୟୀ କରିଛନ୍ତି ଶିକ୍ଷାବିତ୍।ଫର୍ମ୍ ଫିଲପ୍ କଲେ, କିନ୍ତୁ ପରୀକ୍ଷାରେ ବସିଲେନି । ହଜାରେ କି ଦୁଇ ହଜାର ନୁହେଁ, ଏଥର ପ୍ଲସ୍ ଟୁ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୧ ହଜାର । ଉଦବେଗଜନକ ସ୍ଥିତିରେ ପ୍ଲୁସ-ଟୁ ଡ୍ରପ୍ ଆଉଟ୍ ହାର । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ତଥ୍ୟ କହୁଛି- ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ 4 ଲକ୍ଷ 705 ଜଣ ପଞ୍ଜୀକରଣ କରିଥିଲେ। ହେଲେ ହଲକୁ ଯାଇଥିଲେ 3 ଲକ୍ଷ 82 ହଜାର 729। ମାନେ 10 ହଜାର 889 ଅର୍ଥାତ୍ ପ୍ରାୟ 3 ପ୍ରତିଶତ ପିଲା ଫର୍ମ୍ ପୂରଣ କରି ବି ଏଥର ପରୀକ୍ଷା ଦେଲେନି। ହେଲେ କାହିଁକି ? ଦୁଇ ବର୍ଷ ପାଠ ପଢ଼ି, ଫର୍ମ ଫିଲପ୍ କରି ପୁଣି ପରୀକ୍ଷା ବେଳକୁ ଏତେ ପିଲା ଘରେ ରହିଯିବାର କାରଣ କ’ଣ ? ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବି ଏତେ ସଂଖ୍ୟାରେ ପିଲାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତାରେ ଥିବା ବେଳେ ମନ୍ତ୍ରୀ କହିଛନ୍ତି ଏହାର କାରଣ ଖୋଜିବାକୁ ବିଭାଗ ନିଶ୍ଚୟ ପ୍ରୟାସ କରିବ।

Comments are closed, but trackbacks and pingbacks are open.