ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ କ୍ଷୀର

15

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଏଥିରେ ଥିବା କ୍ୟାଲସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ ଶରୀର ପାଇଁ ଖୁବ୍ ଜରୁରି । ଏହା ଶରୀରକୁ ସୁସ୍ଥ ରଖିବା ସହ ଅସ୍ଥିକୁ ମଜଭୁତ କରିଥାଏ । ଏହା ବାଦ୍ ମେଦ ହ୍ରାସ କରିବାରେ ସାହାଯ୍ୟ କରେ । ଏପରିିକି ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ତା’ସହ କ୍ଷୀର ଥକ୍କାପଣ ଦୂର କରିବା ସହ ଭଲ ନିଦ ଆଣିବାରେ ସାହାଯ୍ୟ କରେ । ତେବେ ରାତିରେ ଶୋଇବାକୁ ଯିବା ପୂର୍ବରୁ ଉଷୁମ କ୍ଷୀର ପିଇବା ଶରୀର ପାଇଁ ଲାଭଦାୟକ । ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇଲେ ଏହା ମସ୍ତିଷ୍କକୁ ଶାନ୍ତ ରଖେ । ତେବେ ରାତିରେ ଶୋଇବାକୁ ଯିବାର ଘଣ୍ଟାଏ ପୂର୍ବରୁ କ୍ଷୀର ପିଇବା ଉଚିତ ।

ଅନ୍ୟପଟେ ଏହା ଦିନଯାକର ଚିନ୍ତା ତଥା ଅବସାଦ ଦୂର କରି ସୁଖ ନିଦ୍ରା ଆଣିବାରେ ସାହାଯ୍ୟ କରେ । କ୍ଷୀରର ଏଭଳି ଉପଯୋଗିତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହାକୁ ନିଦର ପ୍ରାକୃତିକ ଉପଚାର ଭାବେ ବ୍ୟବହାର କରିବା ନେଇ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି ।

Comments are closed, but trackbacks and pingbacks are open.