ଡିଆରଡିଓ ତଥ୍ୟ ଲିକ୍ : ଓଡିଶା ପରେ ରାଜସ୍ଥାନ ରେ ରହସ୍ୟମୟୀ ମହିଳାଙ୍କ ଲିଙ୍କ

24

ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଜଡିତ ଥିବା ରହସ୍ୟମୟୀ ମହିଳାଙ୍କ ଓଡିଶା ଲିଙ୍କ ପରେ ରାଜସ୍ଥାନ ଲିଙ୍କ ସାମ୍ନାକୁ ଆସିଛି । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫଶାଇଥିଲା ରହସ୍ୟମୟୀ ମହିଳା
ଯୋଧପୁରର ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଥିବା ଯୁବକଙ୍କୁ ଫସାଇଛି ରହସ୍ୟମୟୀ ମହିଳା। ଉକ୍ତ ଯୁବକ ମାଧ୍ୟମରେ ଅଫିସର ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମହିଳା ଜଣକ ହାସଲ କରିଥିବା ଜଣାପଡ଼ିଛି । ଗତ ୧୫ ତାରିଖରେ ରାଜସ୍ଥାନ ସିଆଇଡିରେ ଏନେଇ କେସ୍ ହୋଇଛି । ଏ ସଂକ୍ରାନ୍ତରେ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି । ପୂର୍ବରୁ ଆସିଥିବା ୩୮ ହଜାର ଟଙ୍କାର ହିସାବ ମିଳଥିିବା ଡିସିପି କହିଛନ୍ତି । ଦୁବାଇର ଲୁଲୁ ଇଂଟର ନ୍ୟାସନାଲ ଏକ୍ସଚେଂଜ ସେଂଟରରୁ ଜଣେ ଅଭିଯୁକ୍ତର ଆକାଉଣ୍ଟକୁ ଆସିଛି ୨୪ ହଜାର ଟଙ୍କା। ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ମୋଟ୍‌ ୩୮ ହଜାର ଟଙ୍କା ଆସିଥିବା ବେଳେ ବଳକା ୧୪ ହଜାର ଟଙ୍କାର ତଥ୍ୟ ମିଳିପାରି ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ତେବେ ବଳକା ଟଙ୍କା କେଉଁଠାରୁ ଆସିଛି ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.