ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ତ୍ରିବେଣୀରେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ

126

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ଼ ପକାଇଲେ ମହାମହିମ ।  ପ୍ରୟାଗରାଜ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ପ୍ରୟାଗରାଜରେ ପହଞ୍ଚିବା ପରେ ନୌବିହାର କରିଥିଲେ ।  ନୌବିହାର ବେଳେ ବିଦେଶାଗତ ପକ୍ଷୀଙ୍କୁ ଦାନା ଦେଇଥିଲେ । ଶହ ଶହ ସଂଖ୍ୟାରେ ପକ୍ଷୀଙ୍କୁ ଖାଦ୍ୟ ଦେଇଥିଲେ ରାଷ୍ଟ୍ରପତି ।  ସାଙ୍ଗରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ ପଟେଲ।  ବୁଡ଼ ପରେ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି ।  ପ୍ରୟାଗରାଜରେ ରାଷ୍ଟ୍ରପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରହିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  କୁମ୍ଭମେଳାରେ ଏପର୍ୟ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇସାରିଲେଣି ।

Comments are closed, but trackbacks and pingbacks are open.