ରାଜଧାନୀରେ ପୁଣି ଡବଲ ମର୍ଡର : ପତ୍ନୀ ଓ ଶାଳୀ ଙ୍କ ଶବ କୁ ଘରେ ୩ ଦିନ ଲୁଚାଇ ରଖିଲା ଅଭିଯୁକ୍ତ

22

ରାଜଧାନୀ ରେ ପୁଣି ଡବଲ ମର୍ଡର I ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଅଂଚଳରେ ଘଟିଛି ଚାଂଚଲ୍ୟକର ଘଟଣା I ପତ୍ନୀ ଓ ଶାଳୀ ଙ୍କୁ ହତ୍ୟାକାରୀ ୩ ଦିନ ପର୍ଯ୍ୟନ୍ତ ଶବ କୁ ଘରେ ଲୁଚାଇ ରଖିଲା ଅଭିଯୁକ୍ତ I ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ବିଜୟ କେତନ ସେଠୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାନୁସାରେ ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS- ୨୩/୨ ଘରେ ରହେ ବିଜୟ ସେଠୀ। ସେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରେ। ସେ ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ତେବେ ସେ କାହିଁକି ସେମାନଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନାହିଁ।

ମୃତକ ଦ୍ୱୟଙ୍କ ବାପା ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। କିନ୍ତୁ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ତେବେ ପାରିବାରିକ ହିଂସା କାରଣରୁ ଏହି ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ଅଭିଯୁକ୍ତ ବିଜୟ । ତେବେ କେଉଁ କାରଣ ପାଇଁ ବିଜୟ ନିଜର ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କଲେ ସେନେଇ ସବିଶେଷ ସୂଚନା ମିଳିପାରି ନାହିଁ । ଅଧିକ ତଦନ୍ତ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ର ରହସ୍ୟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି I

Comments are closed, but trackbacks and pingbacks are open.