କଟକରେ ଡବଲ ମର୍ଡର; ବାପା ଏବଂ ସାବତ ମା’ଙ୍କୁ ବିଭତ୍ସ ହତ୍ୟା

128

କଟକ: ବାପା ଏବଂ ସାବତ ମାଆକୁ ବିଭତ୍ସ ଭାବେ ହତ୍ୟା କରିଛି ଜହ୍ଲାଦ ପୁଅ । ମୃତକ ହେଲେ ଦୀପକ ଦାସ (୫୮) ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଲିତାରାଣୀ ଦାସ(୪୫) । ଏହି ଘଟଣାରେ ପୁଅ ଆଲୋକ ଦାସ ଗୁରୁତର ହୋଇ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛି । ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦୀପକ ଦାସ ଜେଲ ବିଭାଗରେ murder in cuttack ସେଲ୍‌ସ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀ ନଳିନୀପ୍ରଭା ଦାସଙ୍କର ମୃତ୍ୟୁ ଘଟିଥିଲା। ପରେ ଦୀପକ ଲିତାରାଣୀ ଦାସଙ୍କୁ ବିବାହ କରିଥିଲେ। ଦୁହେଁଁ ଦରଘାବଜାର ଜେଲ୍‌ କଲୋନିରେ ରହୁଥିଲେ। ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ଜୁଲିୟସ ଦାସ ବି ରହୁଥିଲେ। ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ, ପତ୍ନୀ ତରୁଲତା ଓ ଝିଅ ସହ ମକରାବାଗରେ ରହୁଛନ୍ତି। ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ। ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ। ସେପଟେ ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ସେମାନେ ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ। ଧାର ଦେଇଥିବା ଲୋକମାନେ ଆଲୋକଙ୍କୁ ମାଡ଼ ବି ମାରିଥିଲେ। ଏହି ଘଟଣାକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ରାତିରେ ଏହା ଉଗ୍ର ରୂପ ନେଇଥିଲା। ରାତି ପ୍ରାୟ ୯ଟା ବେଳେ ଆଲୋକ ଏକ ଛୁରି ଧରି ଦରଘାବଜାର ଜେଲ୍‌ କଲୋନିରେ ପହଞ୍ଚିଥିଲା। ଘରେ ପଶି ବାପା ଦୀପକ ଓ ସାବତ ମା’ଙ୍କୁ ଆକ୍ରମଣ କରିଥିଲା। ଦୁହେଁ ପ୍ରତି‌ରୋଧ କରିଥିଲେ ହେଁ ବର୍ତ୍ତି ପାରି ନ ଥିଲେ। ଆଲୋକ ଛୁରି ଭୁସି ଉଭୟଙ୍କୁ ହତ୍ୟା କରିଥିଲା। ଧସ୍ତାଧସ୍ତି ବେ‌ଳେ ଆଲୋକ ବି ଆହତ ହୋଇଥିଲା। ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଆଲୋକକୁ ଗିରଫ କରିଥିଲା। ତେବେ ଆହତ ହୋଇଥିବାରୁ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମୃତକ ଦୀପକଙ୍କ ମୂଳ ଘର ପୁରୀଜିଲ୍ଲା କାକଟପୁର ଥାନା ବନମାଳୀପୁର ଅଞ୍ଚଳରେ।

Comments are closed, but trackbacks and pingbacks are open.