ନବରାତ୍ରିରେ ଅର୍ପଣ କରନ୍ତୁନି ଏହି ଜିନିଷ

33

ନବରାତ୍ରିରେ ନଅ ଦିନ ଦେବୀ ମା’ଙ୍କୁ ସମର୍ପିତ । ଦେବୀ ମା’ଙ୍କୁ ଯାହା ସବୁ ପସନ୍ଦ, ସେହି ସବୁ କରିବା ଉଚିତ । ବିଶେଷକରି ଏହି ଅବସରରେ ମା’ ଦୁର୍ଗାଙ୍କୁ ପ୍ରିୟ ଜିନିଷ ଅର୍ପଣ କରାଯାଏ । କିଛି ଜିିନିଷ ଏଭଳି ଅଛି, ଯାହାକୁ ଏହି ଦିନରେ ମା’ଙ୍କୁ ଭୁଲରେ ବି ଅର୍ପଣ କରିବା ଅନୁଚିତ ।

  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ମା’ଙ୍କୁ ନାଲି ରଙ୍ଗ ଫୁଲ ଅର୍ପଣ କରାଯାଏ । ସେଥିପାଇଁ ବେଲ, କନିଅର, ଧୁତୁରା ଆଦି ଅର୍ପଣ କରନ୍ତୁ ନାହିଁ ।
  • ସଜ ଫୁଲ ଲାଗି କରନ୍ତୁ । ବାସି କିମ୍ବା ମଉଳି ଯାଇଥିବା ଫୁଲ ହାର ଚଢ଼ାନ୍ତୁନି ।
  • ଦେବୀ ମା’ଙ୍କୁ ଭଙ୍ଗା ଅକ୍ଷତ ଅର୍ପଣ କରନ୍ତୁ ନାହିଁ । ସେହିପରି ଏହାକୁ ଅର୍ପଣ କରିବା ପୂର୍ବରୁ ଧୋଇବା ଉଚିତ ।
  • ମା’ଙ୍କୁ ପିଆଜ, ରସୁଣ ଯୁକ୍ତ ଖାଦ୍ୟ ଲାଗି କରନ୍ତୁ ନାହିଁ । ଘରେ ପ୍ରସ୍ତୁତ କ୍ଷୀର ମିଠା ଭୋଗ କରନ୍ତୁ ।

Comments are closed, but trackbacks and pingbacks are open.